Latest

ମୋଟରଯାନ ଟିକସ ଛାଡ କଲେ ସରକାର

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟର)
ରାଜ୍ୟରେ କରୋନା କଟକଣାକୁ କୋହଳ କରି ଆସନ୍ତାକାଲିଠୁ ବସ୍ ଚଳାଚଳ ପାଇଁ ଅନୁମତି ଦେଇଥିବା ରାଜ୍ୟ ସରକାର ଆଜି ଜୁଲାଇ ମାସ ପାଇଁ ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରିଛନ୍ତି। ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକୁ ଟିକସ ଛାଡ଼ର ଫାଇଦା ମିଳିବ।
ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ କୋଭିଡ୍ କଟକଣା ଯୋଗୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ଥିବାବେଳେ ଅନ୍ତ ରାଜ୍ୟ ବସ୍ ଚଳାଚଳ ମଧ୍ୟ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ଟିକସ ଆଇନ-୧୯୭୫ର ଧାରା ୧୫(୧) ପ୍ରାବଧାନ ଆଧାରରେ ଜୁଲାଇ ମାସର ଟିକସ ଛାଡ଼ କରିଛନ୍ତି। ପୂର୍ବରୁ ଏପ୍ରିଲ, ମେ’ ଓ ଜୁନ୍ ମାସର ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରିଥିଲେ।
ଅନ୍ୟପକ୍ଷରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ବସ୍ ଚାଲିବା ସମ୍ଭବପର ନୁହେଁ। ସରକାର ୩ଟି ଦାବି ପୂରଣ କଲା ପରେ ଏନେଇ ଚିନ୍ତା କରାଯିବ। ୩ମାସ ମୋଟର ଯାନ ଟିକସ ଛାଡ଼ କରିବା ସହ ବୀମା କମ୍ପାନୀଗୁଡ଼ିକ ମଧ୍ୟ ବୀମା ଅବଧିକୁ ଆଉ ୩ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଗାଡ଼ି ମାଲିକଙ୍କୁ ରାଜ୍ୟ ସରକାର ୧ଲକ୍ଷ ଟଙ୍କା ଲେଖାଏଁ ଋଣ ଆକାରରେ ଦିଅନ୍ତୁ ବୋଲି ଘରୋଇ ବସ୍ ମାଲିକ ସଂଘ ଦାବି କରିବା ସହ ସରକାର ସବୁ ସମସ୍ୟାର ସମାଧାନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version