Latest

ହାର୍ଟଆଟାକରୁ ବଞ୍ଚାଇବ ବୁଢିଆଣୀ

Posted on

ଏଣିକି ହାର୍ଟଆଟାକ ବା ହୃଦଘାତରୁ ବଞ୍ଚାଇବ ବୁଢିଆଣୀ । ଆଜ୍ଞା ହଁ, ଆପଣ ଠିକ ପଢିଛନ୍ତି । ଏଣିକି ହୃଦରୋଗରୁ ବୁଢିଆଣୀ ବଞ୍ଚାଇବ । ଏଭଳି ତଥ୍ୟ ଏକ ଗବେଷଣାରୁ ସାମ୍ନାକୁ ଆସିଛି । କ୍ବିନସଲ୍ୟାଣ୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଗ୍ଲେନ କିଙ୍ଗ ନେତୃତ୍ବରେ ଏକ ଟିମ ଗବେଷଣା କରି ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି ।

ଗ୍ଲେନ କହିବା ମୁତାବକ ବୁଢିଆଣୀ ମୁହଁରୁ ନିର୍ଗତ ବିଶାକ୍ତ ରସ ହିଁ ମଣିଷକୁ ହୃଦଘାତରୁ ରକ୍ଷା କରିପାରିବ । ଗ୍ଲେନଙ୍କ ଅନୁଯାୟୀ ବୁଢିଆଣୀ ମୁହଁରୁ ନିର୍ଗତ ବିଶାକ୍ତ ରସ ହୃଦୟ ଓ ମସ୍ତିଷ୍କ ମଧ୍ୟରେ ସମ୍ପର୍କ ଛିନ୍ନ କରିଦେଇଥାଏ । ତେବେ ବୈଜ୍ଞାନିକମାନେ ଏହି ରସରୁ ହୃଦଘାତ ପାଇଁ ଔଷଧ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।ଗବେଷଣା ମୁତାବିକ ଶୋଧକର୍ତ୍ତାମାନେ ଫନେଲରେ ବୁଢିଆଣୀର ବିଶାକ୍ତ ରସକୁ ସଂଗ୍ରହ କରିସେଥିରୁ ଔଷଧ ପ୍ରସ୍ତୁତ ହେବ । ତେବେ ଏହି ଔଷଧକୁ ହୃଦରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଇ ପାରିବ ।

ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ବୁଢିଆଣୀର ବିଶାକ୍ତ ରସରୁ ବୈଜ୍ଞାନିକମାନେ ଏକ ଅଣୁ ଆବିଷ୍କାର କରିଛନ୍ତି ଯାହା ହୃଦଘାତରେ ମସ୍ତିଷ୍କକୁ କ୍ଷତି ହେବାରୁ ରୋକିପାରେ। ଏହା ପରେ, ଗବେଷକମାନେ ଏହି ଅଣୁ ଉପରେ ଅଧିକ ଅଧ୍ୟୟନ କରି ଔଷଧର ପ୍ରସ୍ତୁତି ଉପରେ ଗବେଷଣା କରିଛନ୍ତି, ଯାହା ସଫଳ ହୋଇଥିବା ଜଣାପଡ଼ିଛି। ଏହି ଗବେଷଣା କ୍ବିନସଲ୍ୟାଣ୍ଡର ଏକ ପତ୍ରିକାରେ ଉଲ୍ଲେଖ ପାଇଛି ।

ଗବେଷଣାରୁ ଜଣାପଡ଼ିଛି ଯେ ବୁଢିଆଣୀ ରସରେ ଏକ ପ୍ରୋଟିନ ରହିଥାଏ । ଯାହାକୁ ଏଚଆଇ୧ଏ କୁହାଯାଏ । ଏଥିରେ କିଛି ଏମିତି ପ୍ରୋଟିନ ମଧ୍ୟ ରହିଛି ଯାହା ମଣିଷର ମସ୍ତିଷ୍କକୁ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେବାକୁ ଦେଇନଥାଏ । ରିସର୍ଚ୍ଚ ଟିମର ମୁଖ୍ୟ ଗ୍ଲେନ କିଙ୍ଗ କୁହନ୍ତି ବିଷରେ ସାତ ପ୍ରକାରର ଏଭଳି କିଛି ଅଣୁ ତତ୍ତ୍ବ ରହିଛି ଯାହା ଯନ୍ତ୍ରଣା ଜନିତ ସଂକେତ ମସ୍ତିଷ୍କକୁ ଜଣାଇବାକୁ ଦେଇ ନଥାଏ । ବୁଢିଆଣି ଶୀକାର କରିବା ପାଇଁ ଏହାର ବ୍ୟବହାର କରିଥାଏ ।

Leave a Reply

Your email address will not be published. Required fields are marked *

Most Popular

Exit mobile version