Latest

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Posted on

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ କରଓ୍ଵାରଖେରିରେ ଆଜି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିଛନ୍ତି । ଅପରାହ୍ନ ୧.୩୦ରେ ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ହରକୁଲେସ ବିମାନରେ ସେଠାରେ ଓହ୍ଲାଇଛନ୍ତି । ବାୟୁସେନାର ବିମାନC-130j ହର୍କୁଲେସ ବିମାନରେ ଆସି ପହଞ୍ଚିଲେ ମୋଦି। ଉଦଘାଟନୀ ସମାରୋହରେ IAF ଦ୍ୱାରା ୪୫ ମିନିଟର ଏୟାର ସୋ ଦେଖିବାକୁ ମିଳିଛି । ଯେଉଁଥିରେ ଜାଗୁଆର, ସୁଖୋଇ ଏବଂ ମିରାଜ୍ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ଏକ୍ସପ୍ରେସୱେରେ ନିର୍ମିତ ଏୟାରଷ୍ଟ୍ରିପରୁ ଉଡ଼ାଣ ଭରିଥିଲା ।

୩୪୧ କିମି ଲମ୍ବା ଏହି ଏକ୍ସପ୍ରେସ ୱେ ୯ ଜିଲ୍ଲା ଲକ୍ଷ୍ମୌ ହୋଇ ବାରାବାଙ୍କୀ, ଫୋଜାବାଦ, ଆମ୍ବେକରନଗର, ଆମେଠୀ, ସୁଲତାନପୁର, ଆଜମଗଢ, ମଉ ଏବଂ ଗାଜୀପୁର ହୋଇ ଯାଇଛି। ଏହି ଏକ୍ସପ୍ରେସ ୱେ ହେବା ଫଳରେ ଏବେ ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ଯିବାକୁ ମାତ୍ର ୧୦ରୁ ୧୧ ଘଣ୍ଟା ଲାଗିବ। ଲକ୍ଷ୍ମୌରୁ ଗାଜିପୁର ଯିବାକୁ ୬ ଘଣ୍ଟା ପରିବର୍ତ୍ତେ ୩ ଘଣ୍ଟାରେ ଦୂରତା ଅତିକ୍ରମ କରିବ । ଏଠାରେ ନିର୍ମାଣ ହେବାକୁ ଥିବା ପୋଲିସ୍ ପୋଷ୍ଟ ସହିତ ହେଲିପ୍ୟାଡ୍ ମଧ୍ୟ ନିର୍ମାଣ କରାଯିବ । ଏଠାରେ ଜରୁରୀ କାଳିନ ସ୍ଥିତିରେ ଅବତରଣ କରିପାରିବ ବାୟୁସେନା ବିମାନ

ଏହି ଏକ୍ସପ୍ରେସ ୱେରେ ୧୮ଟି ଫ୍ଲାଏଓଭର, ୭ଟି ରେଲୱେ ଓଭରବ୍ରିଜ, ୬ଟି ଟୋଲ, ୫ଟି ର‍୍ୟାମ୍ପ ପାସ୍‌, ୭ଟି ଅଣ୍ଡରପାସ୍‌ ରହିଛି। ଏହାଛଡା ୧୧୮ଟି ଛୋଟ ବ୍ରିଜ ଏବଂ ୫୦୨ଟି କଲର୍ଭଟ ରହିଛି। ଏହି ଏକ୍ସପ୍ରେସ ୱେକୁ ୬ ଲେନ୍‌ କରାଯାଇଛି। ଯାହାକୁ ପରେ ୮ଟି ଲେନ୍‌ କରାଯିବାର ପ୍ରସ୍ତାବ ରହିଛି।

ଏକ୍ସପ୍ରେସ ୱେରେ ଯାଉଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତି ପ୍ୟାକେଜରେ ୧୧୨ ଗାଡି ଏବଂ ଆମ୍ବୁଲାନ୍ସ ରହିବ। ଏହାଛଡା ଏକ୍ସପ୍ରେସ ୱେରେ ପୋଲିସ ଫାଣ୍ଡି ମଧ୍ୟ ନିର୍ମାଣ କରାଯିବ। ଏହି ଏକ୍ସପ୍ରେସ ୱେରେ ୮ଟି ପେଟ୍ରୋଲ ପମ୍ପ ନିର୍ମାଣ କରାଯିବ। ଏହାସହିତ ସିଏଜି ଷ୍ଟେସନ ମଧ୍ୟ ରହିବ। କେବଳ ଏତିକି ନୁହେଁ ଇଲେକ୍ଟ୍ରି ଯାନ ଚାର୍ଜ ପାଇଁ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version