Latest
ଆଫଗାନିସ୍ତାନର ପ୍ରଥମ ମହିଳା ଗଭର୍ଣ୍ଣରକୁ ଗିରଫ କଲା ତାଲିବାନ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ନିଜର ଦବଦବା ଜାହିର କରିବା ପରେ ସରକାର ଗଠନ ପ୍ରୟାସରେ ଥିବା ତାଲିବାନ ଏବେ ତାର ପ୍ରକୃତ ରୂପ ଦେଖାଇବା ଆରମ୍ଭ କରିଦେଇଛି । ଏକ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ପ୍ରଥମ ମହିଳା ମେୟର ସଲୀମା ମଜାରୀଙ୍କୁ ଗିରଫ କରିନେଇଛି ତାଲିବାନୀ ସେନା । ସଲୀମା ନିଜର ସେନା ଗଠନ କରି ଆରମ୍ଭରୁ ତାଲିବାନୀଙ୍କୁ ବିରୋଧ କରିବା ସହିତ ସେମାନଙ୍କ ସହିତ ଯୁଦ୍ଧ ଚଳାଇ ଆସୁଛନ୍ତି।
ସୂଚନାଯୋଗ୍ୟ ତାଲିବାନ ଦେଶରେ ନିଜର ଆଧିପତ୍ୟ ବିସ୍ତାର ଆରମ୍ଭ କରିବା ଠାରୁ ହିଁ ସଲୀମା ସେମାନଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ ନିଷ୍ପତ୍ତି ନେଇଥିଲେ । ଏପରିକି ଶେଷ ସମୟ ପର୍ୟ୍ୟନ୍ତ ସଲୀମା ତାଲିବାନଙ୍କ ବିରୋଧରେ ଦୃଢ ଭାବେ ଛିଡ଼ା ହେବା ସହିତ ବନ୍ଧୁକ ଉଠାଇଥିଲେ । ଯେଉଁ ସମୟରେ ଆଫଗାନିସ୍ତାନର ଅନ୍ୟ ନେତା ଦେଶ ଛାଡି ଅନ୍ୟ ଦେଶକୁ ପଳାୟନ କରିଥିଲେ ସେହି ସମୟରେ ସଲୀମା ଏକା ହିଁ ନିଜର ସମର୍ଥକଙ୍କ ସହିତ ତାଲିବାନ ବିପକ୍ଷରେ ଛିଡ଼ା ହୋଇ ଦୃଢ ବିରୋଧ କରିଥିଲେ । ତେବେ ଆଫଗାନିସ୍ତାନର ବଲଖ ପ୍ରଦେଶ ତାଲିବାନଙ୍କ ଅଧିନକୁ ଆସିବା ପରେ ହିଁ ସଲୀମାଙ୍କୁ ଗିରଫ କରିଥିଲା ତାଲିବାନ ସେନା ।
ଏଠାରେ ଆମେ କହି ରଖୁ କି ଆଫଗାନିସ୍ତାନରେ ମୋଟ ୩ ଜଣ ମହିଳା ହିଁ ମେୟର ଭାବେ ନିଯୁକ୍ତି ପାଇଥିଲେ । ସେମାନଙ୍କ ମଧ୍ୟରେ ସଲୀମା ପ୍ରଥମ ମହିଳା ମେୟର ରହିଥିଲେ । ଚାହରରେ ମୋଟ ୩୨ ହଜାରରୁ ଅଧିକ ଲୋକ ସଂଖ୍ୟା ଅଟେ । ଅନ୍ତିମ ସମୟ ପର୍ୟ୍ୟନ୍ତ ଯୁଦ୍ଧ କରି ତାଲିବାନ ହାତରେ ଧରାପଡ଼ି ଗିରଫ ହୋଇଥିଲେ ସଲୀମା ।