Latest

୯/୧୧ରେ ସରକାର ଗଢିବ ତାଲିବାନ !, ଆମେରିକାକୁ ଦେବ ଚେତାବନୀ

Posted on

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ତାଲିବାନ ସରକାର ଗଢିବାକୁ ଯାଉଛି । ଏନେଇ ତାଲିବାନର ଶୀର୍ଷ ନେତୃତ୍ବଙ୍କର ଘନ ଘନ ବୈଠକ ବସୁଥିବା ଦେଖିବାକୁ ମିଳିଛି। ତେବେ ଏହା ମଧ୍ୟରେ ଆସନ୍ତା ୧୧ ତାରିଖରେ ତାଲିବାନ ନୂଆ ସରକାର ଗଢିବା ନେଇ ଆଳୋଚନା ଜୋର ଧରିଛି । ଏହି ଦିନ ସେ ସରକାର ଗଠନ କରି ଆମେରିକାକୁ ଚେତାବନୀ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।
ଗତ ୨୦ ବର୍ଷ ତଳେ ଏହି ସେପ୍ଟେମ୍ବର ୧୧ ତାରିଖରେ ଆଲକାଏଦା ଆମେରିକାର ଓ୍ୱାର୍ଳଡ ଟ୍ରେଡ଼ ସେଣ୍ଟର ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ କରିଥିଲା। ଯାହା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିଲା । ସେତେବେଳେ ଆଲକାଏଦାର ମୁଖ୍ୟ ଲାଦେନକୁ ତାଲିବାନ ଆଫଗାନିସ୍ତାନରେ ଶରଣ ଦେଇଥିଲା । ତେବେ ପୁନର୍ବାର ତାଲିବାନ ଏହି ଦିନ ସରକାର ଗଠନ କରି ଆମେରିକାକୁ ଚେତାବନୀ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ସେପଟେ ତାଲିବାନର ମନ୍ତ୍ରିମଣ୍ଡଳକୁ ନେଇ ଆଲୋଚନା ଜୋର ଧରିଛି । ନୂଆ ସରକାରର କମାଣ ମୁଲ୍ଲା ମହମ୍ମଦ ହସନ ଆଖୁନଙ୍କ ହାତରେ ରହିବ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଏନେଇ ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି କି ଅମିରୁଲ ମୋମିନିନ ଶେଖ ହିବତୁଲ୍ଲା ଅଖୁନଜାଦା ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦଙ୍କୁ ରଇସ-ଏ-ଜମହୁର କିମ୍ବା ରଇସ-ଉଲ-ବଜାରା କିମ୍ବା ଆଫଗାନିସ୍ତାନର ନୂଆ ପ୍ରମୁଖ ପଦବୀ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେପଟେ ମୁଲ୍ଲା ବରାଦର ଅଖୁନ୍ଦ ଓ ମୁଲ୍ଲା ଅବ୍ଦୁସ ସଲାମ ତାଙ୍କର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି।
ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ନିକଟରେ ବର୍ତ୍ତମାନ ତାଲିବାନର ଶକ୍ତିଶାଳୀ ସଂଗଠନ ରହବରୀ ଶୁରାର କମାଣ ରହିଛି । ଏହି ସଂଗଠନ ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ । କେବଳ ଏତିକି ନୁହେଁ ମୁଲ୍ଲା ହସନଙ୍କୁ ତାଲିବାନର ଶୀର୍ଷ ନେତା ହିବତୁଲ୍ଲା ଅଖୁନ୍ଦଜାଦାଙ୍କ ନିକଟତର ତଥା ବିଶ୍ବସ୍ତ ବୋଲି ମଧ୍ୟ କୁହାଯାଏ। ସେହିପରି ଅନ୍ୟ ଜଣେ ତାଲିବାନି ନେତା କହିଛଠନ୍ତି କି ୨୦ ବର୍ଷ ଧରି ରହବରୀ ଶୁରାର ପ୍ରମୁଖ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏହା ସହିତ ସେ ଖୁବ ନାଁ ମଧ୍ୟ କମାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ସେ ଜଣେ ଧାର୍ମିକ ନେତା ବୋଲି ମଧ୍ୟ ପରିଗଣିତ ହୁଅନ୍ତି ବୋଲି ସେ କହିଛନ୍ତି। ରିପୋର୍ଟ ଅନୁସାରେ କାନ୍ଦାହାରରେ ଜନ୍ମିତ ଏହି ତାଲିବାନି ନେତା ଆଫଗାନିସ୍ତାନରେ ତାଲିବାନର ଗତ ଶାସନକାଳରେ ମହତ୍ବପୂର୍ଣ୍ଣ ପଦବୀରେ ମଧ୍ୟ ଦାୟିତ୍ବ ତୁଲାଇ ସାରିଛନ୍ତି।

ସେହିପରି ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ହକ୍କାନୀ ନେଟଓ୍ୱାରକର ପ୍ରମୁଖ ସିରାଜୁଦ୍ଦିନ ହକ୍କାଲୀ ଗୃହମନ୍ତ୍ରୀ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ତାଲିବାନୀର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଉମରର ପୁଅ ମୁଲ୍ଲା ୟାକୁବ ଦେଶର ରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। ସେହିପରି ଜବୀହୁଲ୍ଲାହ ମୁଜାହିଦ ନବଗଠିତ ଅମିରାତର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପଦ ମିଳିପାରେ।

Leave a Reply

Your email address will not be published. Required fields are marked *

Most Popular

Exit mobile version