Latest

ହୀନାଙ୍କ ‘ଲାଇନ୍ସ’ ଫିଲ୍ମର ଟ୍ରେଲର ଆସିଲା

Posted on

ଟିଭିର ସାଦାସିଧା ବୋହୂ ହୀନା ଖାନ ଏବେ ଷ୍ଟାଇଲିଶ ହୋଇଗଲେଣି। ଫ୍ୟାନ୍ସ ତାଙ୍କ ଷ୍ଟାଇଲ ଓ ଲୁକ୍ସର ଦୀୱାନା ହୋଇଛନ୍ତି। ଖୁବଶୀଘ୍ର ହୀନାଙ୍କ ନୂଆ ସିନେମା ‘ଲାଇନ୍ସ’ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଛି। ହୀନା ଏହି ଫିଲ୍ମ ସହିତ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ନିଜ ଡେବ୍ୟୁ କରିଥିଲେ। କାନ୍ସ ଫେଷ୍ଟିଭାଲରେ ତାଙ୍କ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ ହୋଇଥିଲା।
ସୋସିଆଲ ମିଡିଆରେ ହୀନା ଏହି ସିନେମାର ଟ୍ରେଲର ଶେୟାର କରିଛନ୍ତି। ଫିଲ୍ମ ‘ଲାଇନ୍ସ’ର କାହାଣୀ ଭାରତ ପାକିସ୍ତାନ ବର୍ଡର ଓ କଶ୍ମୀର ପ୍ରସଙ୍ଗର ଚାରିପଟେ ଘୁରୁଛି। ଫିଲ୍ମରେ ହୀନା ଜଣେ କଶ୍ମୀର ଯୁବତୀ ଭୂମିକାରେ ଅଭିନୟ କରୁଛନ୍ତି। ସେ ତାଙ୍କ ଜେଜେ ମା’ଙ୍କୁ ସୀମା ଆରପଟେ ରହୁଥିବା ତାଙ୍କ ଭଉଣୀ ସହ ଭେଟ କରାଇବାକୁ ଚାହୁଛନ୍ତି। ବହୁତ ଚେଷ୍ଟା କରିବା ପରେ ଦୁଇ ଭଉଣୀଙ୍କ ଭେଟ ହେଉଛି। ତେବେ କିଛି ଦିନ ପରେ ଦୁଇ ଦେଶ ଭିତରେ କାରଗିଲ ଯୁଦ୍ଧ ଆରମ୍ଭ ହେଉଛି। ଏଥିସହିତ ସିନେମାରେ ଏହି କଶ୍ମୀର ଯୁବତୀଙ୍କ ଲଭ ଆଙ୍ଗଲ ବି ଦେଖିବାକୁ ମିଳୁଛି। ହୁସେନ ଖାନ ସିନେମାର ନିର୍ଦେଶନା ଦେଇଥିବାବେଳେ କୱଁର ଶକ୍ତି ସିଂ ଓ ରହତ କାଜମୀ ଫିଲ୍ମର କାହାଣୀ ଲେଖିଛନ୍ତି। ‘ଭୂତ ସିଲେକ୍ଟ ଫିଲ୍ମ ଫେଷ୍ଟିଭାଲରେ’ରେ ‘ଲାଇନ୍ସ’ ପ୍ରଦର୍ଶିତ ହେବା ସହ ୨୯ ଜୁଲାଇରେ ଭୂତ ଓଟିଟି ପ୍ଲାଟଫର୍ମରେ ଫିଲ୍ମଟି ରିଲିଜ କରାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version