Latest

ଦୂତାବାସକୁ ଖାଲି କଲା ଆମେରିକା, ସୁରକ୍ଷା ପାଇଁ ମୁତୟନ ହେବେ ୬୦୦୦ ସୈନିକ

Posted on

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ୍ କବ୍‌ଜା କରିବା ପରେ ଦେଶର ରାଷ୍ଟ୍ରପତି ଅଶରଫ ଘାନି ଦେଶ ଛାଡ଼ି ରାତି ଅଧିଆ ପଳାଇଛନ୍ତି। ଇତି ମଧ୍ୟରେ ଦେଶରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକା ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ନିଜ ଦୂତାବାସକୁ ସମ୍ପୂର୍ଣ୍ଣ ରୂପେ ଖାଲି କରିଦେଇଛି। କିନ୍ତୁ ଦୂତାବାସର ସମସ୍ତ ଜରୁରୀ କାମ କାବୁଲ ଏୟାରପୋର୍ଟରୁ ସମ୍ପାଦିତ ହେବ।

ସେହିପରି ଆମେରିକା ଓ ଫ୍ରାନ୍ସ ସମେତ କେତେକ ଅନ୍ୟ ଦେଶ ମଧ୍ୟ ନିଜ ଦେଶର ଲୋକଙ୍କ ଆଫଗାନିସ୍ତାନରୁ ଫେରାଇ ଆଣୁଛନ୍ତି। ଆମେରିକା ନିଜ ଦେଶର ଲୋକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ କାବୁଲ ଏୟାରପୋର୍ଟରେ ୬୦୦୦ ସୈନିକ ମୁତୟନ କରିବ।

ବିଦେଶ ବିଭାଗ ଓ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ମିଳିତ ବୟାନରେ କୁହାଯାଇଛି ଯେ ଏବେ ଆମେ ଏୟାରପୋର୍ଟର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଫଳରେ ସୈନିକ ଓ ଅନ୍ୟମାନେ ବିମାନ ଯୋଗେ ସୁରକ୍ଷିତ ଭାବେ ଆଫଗାନିସ୍ତାନରୁ ବାହାରିପାରିବେ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନରେ ପ୍ରାୟ ୬୦୦୦ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ। ସେମାନେ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାରେ ସାହାଯ୍ୟ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version