Latest

ଭାରତରେ କାହାକୁ ବି ଡରିବାର ଆବଶ୍ୟକ ନାହିଁ: ମୋହନ ଭାଗବତ

Posted on

ନୂଆଦିଲ୍ଲୀ: ଭାରତର ପ୍ରତ୍ୟେକ ନାଗରିକ ଜଣେ ଜଣେ ହିନ୍ଦୁ । ଏଠାରେ କୌଣସି ନାଗରିକଙ୍କୁ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ରାଷ୍ଟ୍ରିୟ ସ୍ବୟଂସେବକ ସଂଘରର ମୁଖ୍ୟ ମୋହନ ଭାଗବତ କହିଛନ୍ତି। ପୁଣେ ଗ୍ଲୋବାଲ ଷ୍ଟ୍ରାଟେଜିକ୍ ପଲିସି ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ଭାଗବତ ଏପରି କହିଛନ୍ତି। ଯେଉଁଠାରେ ସେ ତାଙ୍କ ମତ ସ୍ପଷ୍ଟ କରି କହିଥିଲେ ଯେ ଉଭୟ ହିନ୍ଦୁ ଏବଂ ମୁସଲମାନ ‘ସମାନ ବଂଶ’ ଅଟନ୍ତି। ‘ହିନ୍ଦୁ’ ଶବ୍ଦ ବଂଶାନୁକ୍ରମିକ ତଥା ମାତୃଭୂମି ଏବଂ ଭାରତୀୟ ଶବ୍ଦର ସମକକ୍ଷ ଥିଲା ବୋଲି ସେ କହିଚନ୍ତି।

ଶ୍ରୀ ଭାଗବତ କହିଛନ୍ତି କି ନେସନ ଫାର୍ଷ୍ଟ, ନେସନ ସୁପ୍ରିମ ନାମକ ଏକ ସେମିନାରରେ ଶ୍ରୀ ଭାଗବତ କହିଥିଲେ କି ହିନ୍ଦୁ ଶବ୍ଦ ଆମର ମାତୃଭୂମୀ, ପୂର୍ବଜ ଏବଂ ସଂସ୍କୃତିକୁ ସମୃଦ୍ଧି ସହିତ ସମାନ। ଆଉ ଏଠାରେ ପ୍ରତିଟି ଭାରତୀୟ ହିନ୍ଦୁ ଅଟେ। ଏହା ଅନ୍ୟ ବିଚାର ପ୍ରତି ଅସମ୍ମାନ ନୁହେଁ । ଆମେ ମୁସଲିମଙ୍କ ଅପେକ୍ଷା ଭାରତୀୟଙ୍କ ବିଷୟରେ ଚିନ୍ତା କରିବାର ଆବଶ୍ୟକ ରହିଛି। ଭାରତରେ ସଂଖ୍ୟାଲଘୁଙ୍କୁ କୌଣସି କାରଣ ପାଇଁ ଡରିବାର ଆବଶ୍ୟକ ନାହିଁ। କାରଣ ହିନ୍ଦୁମାନେ କାହା ସହିତ ଶତ୍ରୁତା କରିବାକୁ ଭଲ ପାଆନ୍ତି ନାହିଁ।

ମୁସଲମାନ ଆଧିପତ୍ୟ ପରିବର୍ତ୍ତେ ଭାରତୀୟ ଆଧିପତ୍ୟ ହାସଲ କରିବା ଦିଗରେ ଚିନ୍ତା କରିବାର ଆବଶ୍ୟକତା ଦର୍ଶାଇ ମୋହନ ଭଗବତ ମୌଳିକବାଦୀମାନଙ୍କ ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହେବାକୁ ‘ବୁଦ୍ଧିମାନ’ ମୁସଲମାନ ନେତାମାନଙ୍କୁ ଅନୁରୋଧ କରିଥିଲେ। ସେ କହିଛନ୍ତି, “ଆକ୍ରମଣକାରୀଙ୍କ ସହ ଇସଲାମ ଭାରତକୁ ଆସିଥିଲା। ଏହା ଇତିହାସ ଏବଂ ଏହାକୁ ଯେପରି କହିବା ଉଚିତ୍। ଜ୍ଞାନୀ ମୁସଲମାନ ନେତାମାନେ ଅନାବଶ୍ୟକ ପ୍ରସଙ୍ଗକୁ ବିରୋଧ କରିବା ଉଚିତ ଏବଂ ମୌଳିକବାଦୀ ତଥା ଉଗ୍ରବାଦୀଙ୍କ ବିରୋଧରେ ଦୃଢ଼ ଭାବରେ ଠିଆ ହେବା ଉଚିତ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version