Latest

ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ

Posted on

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ୧୧୦ ପ୍ରତିଶତରୁ ଅଧିକ ଦୀର୍ଘ କାଳୀନ ହାରାହାରି ବର୍ଷା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୯୬୧ରୁ ୨୦୧୦ ମଧ୍ୟରେ ସେପ୍ଟେମ୍ବରରେ ଦୀର୍ଘ କାଳୀନ ହାରାହାରି ବର୍ଷା ପରିମାଣ ୧୭୦ ମିଲିମିଟିର ରହୁଛି। ତେଣୁ ଚଳିତ ବର୍ଷ ସେପ୍ଟେମ୍ବରରେ ୧୭୦ ମିଲିମିଟିରରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଜୁନ ୧ରୁ ଅଗଷ୍ଟ ୩୧ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ ୯ ପ୍ରତିଶତ କମ ବର୍ଷା ହୋଇଛି।
ସେପ୍ଟେମ୍ବରରେ ଅଧିକ ବର୍ଷା ହେଲେ ନିଅଣ୍ଟ ପରିମାଣ ଭରଣା ହେବ। ଜୁନ ୧ରୁ ସେପ୍ଟେମ୍ବର ୩୦ ବେଳକୁ ଦେଶରେ ବର୍ଷା ପରିମାଣ ପ୍ରାୟ ସ୍ୱାଭାବିକ ରହିବ ବୋଲି ଆକଳନ କରାଯାଉଛି। ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଅନୁମାନ କରାଯାଇଥିବା ବେଳେ, ଉତ୍ତର ପଶ୍ଚିମ ଓ ଉତ୍ତରପୂର୍ବ ରାଜ୍ୟଗୁଡିକରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ।
ସେପ୍ଟେମ୍ବରରେ ଅଧା ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଅନୁମାନ ଥିବା ବେଳେ ଦକ୍ଷିଣ ଓଡ଼ିଶାରେ କମ ବର୍ଷା ହେବ। ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର କିଛି ଅଂଶ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବା ଅନୁମାନ କରାଯାଉଛି। ଓଡ଼ିଶାରେ ଜୁନ ୧ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍‌ ବର୍ଷା ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version