Latest

ଲୋକେ ଅମାନିଆ ହେଲେ ପୁଣିଥରେ ସଂକ୍ରମଣ ବଢ଼ିପାରେ: ଆଇଏଲଏସ୍ ନିର୍ଦ୍ଦେଶକ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଗତ ୨-୩ ଦିନ ହେବ ସଂକ୍ରମଣ ହାର କମିଛି। ଏବେ ସଂକ୍ରମଣରେ ଭାଇରସ୍ ଲୋଡ୍ ମଧ୍ୟ କମିଛି। ତେବେ ଲୋକମାନେ ଅମାନିଆ ହେଲେ ପୁଣିଥରେ ସଂକ୍ରମଣ ବଢ଼ିପାରେ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ପରିଡ଼ା କହିଛନ୍ତି ଯେ, ଲକଡାଉନରୁ ସୁଫଳ ମିଳିଛି। ଲୋକେ କଟକଣା ମାନନ୍ତୁ, ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ। ଲୋକମାନେ ସହଯୋଗ କଲେ କଟକଣାର ଆବଶ୍ୟକତା ନାହିଁ । ରାଜ୍ୟର ୭ଟି ଜିଲ୍ଲାରେ ପଜେଟିଭ ହାର ଅଧିକ ରହୁଛି। ଏହି ଅଧିକ ପଜିଟିଭ ହାର ଥିବା ୭ଟି ଜିଲ୍ଲାରେ କଟକଣା ରହିବା ଦରକାର। ଏବେ ସଂକ୍ରମଣରେ ଭାଇରସ୍ ଲୋଡ୍ କମିଛି। ସିଟିଭ୍ୟାଲ୍ୟୁ ପୂର୍ବରୁ ୧୪ରୁ ୧୫% ରହୁଥିଲା ବେଳେ ଏବେ ୨୮ ପ୍ରତିଶତ ପାଖାପାଖି ରହୁଛି। ଭାଇରସର ମ୍ୟୁଟାଣ୍ଟ ପରିବର୍ତ୍ତନ ହେଉଛି। ଆଗକୁ ବି ହୋଇପାରେ। ତୃତୀୟ ଲହରରେ ସମସ୍ତ ବର୍ଗର ଲୋକେ ସଂକ୍ରମିତ ହେବେ। ଦେଶର ୨୮ଟି ଲ୍ୟାବରେ ଜିନମ୍ ସିକ୍ୟୁଏନ୍ସିଂ କରାଯାଉଛି। ଏହାଦ୍ୱାରା ଆଗକୁ କୋଭିଡ-୧୯ ଭାଇରସର ମ୍ୟୁଟାଣ୍ଟ ପରିବର୍ତ୍ତନ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version