Latest

ଏ ବର୍ଷ ବି ହେବନି କଟକ ବାଲିଯାତ୍ରା

Posted on

କଟକ (ଓଡ଼ିଶା ୱେୟାର) : ଏ ବର୍ଷ ବି ହେବନି ବାଲିଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ। କରୋନା କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି।
ବାଲିଯାତ୍ରା ଆୟୋଜନ ନହେବା ଖବର କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ , ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଓ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପୁଣି ନିରାଶ କରିଛି। କୁଟୀର ଶିଳ୍ପ ବ୍ୟବସାୟ ବାଧାପ୍ରାପ୍ତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ରାଜ୍ୟରେ ଏହି ସର୍ବବୃହତ ଯାତ୍ରାରେ ଛୋଟବଡ ମିଶି ୨ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରିଥାନ୍ତି। ପ୍ରତିଦିନ କୋଟିକୋଟି ଟଙ୍କାର କାରବାର ହୋଇଥାଏ। ବାଲିଯାତ୍ରା ବନ୍ଦ ହୋଇଯିବା ଦ୍ୱାରା ପ୍ରଶାସନର ବହୁ ରାଜସ୍ୱହାନୀ ହେଉଛି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ରାଜ୍ୟରେ କୋଭିଡ କଟକଣା ରହିଥିବାରୁ ମେଳା, ମହୋତ୍ସବ, ବଡ ପ୍ରଦର୍ଶନୀ ପାଇଁ କଟକଣା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବାଲିଯାତ୍ରାର ଆୟୋଜନ କରାଯାଉନାହିଁ।

Leave a Reply

Your email address will not be published. Required fields are marked *

Most Popular

Exit mobile version