ରାଜ୍ୟ

ଏଣିକି କାଳିଆ ଦର୍ଶନ ପାଇଁ ପଇସା ପଡ଼ିବ

Posted on

ପୁରୀ (ଓଡବ୍ଲ୍ୟୁ): ଏଣିକି ବିନା ଟିକେଟ୍‌ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ଆଉ ସହଜ ନୁହେଁ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଭିତରକାଠରେ ଦର୍ଶନ ପାଇଁ ଟିକେଟ୍‌ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି।
ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଅବକାଶ, ଗୋପାଳବଲ୍ଲଭ, ମଧ୍ୟାହ୍ନ ଧୂପ ଓ ଚନ୍ଦନଲାଗି ବେଳେ ଭକ୍ତମାନଙ୍କୁ ଟିକେଟ୍‌ ଦର୍ଶନ ବ୍ୟବସ୍ଥା କରାଯିବା ପାଇଁ ଏଥିରେ ନିଷ୍ପତ୍ତି ହୋଇଛି।ଏହି ଦର୍ଶନ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟିରେ ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଜିଲ୍ଲାପାଳ,ଏସପିଙ୍କ ସହ ପରିଚାଳନା କମିଟି ସଦସ୍ୟ ରହିବେ।
୬୦ ପ୍ରତିଶତ ଟିକେଟ୍‌ ଅନ୍‌ଲାଇନ୍‌ରେ କରାଯିବ। ୩୫ ପ୍ରତିଶତ ଟିକେଟ୍‌ କାଉଣ୍ଟରରେ ଏବଂ ବାକି ୧୦ ପ୍ରତିଶତ ଦର୍ଶନୀ ଟିକେଟ୍‌ ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିବ ବୋଲି ନିଷ୍ପତ୍ତି ହୋଇଛି।
ସେହିପରି ମିଳୁଥିବା ଦାନ ବାବଦରେ ମିଳୁଥିବା ସୁନାକୁ ଗୋଲ୍ଡ ମନିଟାଇଜେସନ ସ୍କିମ୍‌ରେ ରଖାଯିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଲକ୍‌ରରେ ରଖିଲେ ସୁଧ ମିଳୁ ନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଗୋଲ୍ଡ ସ୍କିମ୍‌ରେ ଦାନ ଅର୍ଥ ରହିଲେ ୨.୫ ପ୍ରତିଶତ ସୁଧ ମିଳିବା
ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପୂର୍ବରୁ ୟୁନିଫର୍ମ ପଲିସିକୁ କାର୍ଯ୍ୟକାରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି। ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ୧୧ଜଣଙ୍କୁ ନୋଟିସ ହୋଇଛି, ସେମାନଙ୍କ ମଧ୍ୟରୁ ୪ଜଣ ଉତ୍ତର ରଖିଛନ୍ତି ବୋଲି ସେ କହିଛନ୍ତି।
ସେହିପରି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠକୁ ୪ଏକର ୯୩ ଡିସିମିଲ ଜମିକୁ ଫେରାଇବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version