Latest

ପୋଖରୀରେ ବୁଡ଼ିଗଲେ ୨ ଶିଶୁ

Posted on

କଳାହାଣ୍ଡି,(ଓଡ଼ିଶା ୱେୟାର) : ଖେଳୁ ଖେଳୁ ପୋଖରୀରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ । ଏପରି ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲାର ଦୁର୍ଗମ ବିଶ୍ଵନାଥପୁର ଥାନା କୁଟରୁଗୁଡ଼ାରେ ଘଟିଯାଇଛି। ମୃତ ଶିଶୁଦ୍ୱୟ ହେଲେ କୁଟ୍ରୁଗୁଡା ଗାଁର ଗଦନ ମାଝୀ ଓ ଗୌରଙ୍କ ଝିଅ କୁସ୍ମିତା(୮) ଓ ଗଦନଙ୍କ ପୁଅ ସୁଶାନ୍ତ(୪) ।
ଗତକାଲି କୁସ୍ମିତା ଓ ସୁଶାନ୍ତ ଘର ନିକଟରେ ଥିବା ପୋଖରୀରେ ଖେଳୁଥିଲେ । ହେଲେ ଅସାବଧାନତାବଶତଃ ସେମାନେ ପୋଖରୀରେ ବୁଡି ଯାଇଥିଲେ। କିଛି ସମୟ ପରେ ଛୁଆଙ୍କୁ ନ ପାଇ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ। ଏହାପରେ ପୋଖରୀରେ ସେମାନଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ପରିବାର ଲୋକ ତୁରନ୍ତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version