Latest

ପୋଖରୀରେ ବୁଡ଼ି ୨ ନାବାଳିକା ମୃତ

Posted on

ଅନୁଗୋଳ (ଓଡ଼ିଶା ୱେୟାର): ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡ଼ା ଗାଁର କୁରୁମଛକରେ ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି।
ମୃତ ଦୁଇ ନାବାଳିକା ହେଉଛନ୍ତି- ଦୟାନିଧି ପ୍ରଧାନଙ୍କ ଝିଅ ଶ୍ରୀମତୀ ପ୍ରଧାନ ଓ ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ସାହୁ। ଉଭୟଙ୍କୁ ୧୨ ବର୍ଷ ହୋଇଥିଲା।
ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଶ୍ରୀମତୀ ଓ ବର୍ଷା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ଠାକୁରଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଡାକ୍ତରଖାନାକୁ ପଠାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version