ଭଞ୍ଜନଗର,(ଓଡ଼ିଶା ଓ୍ବେୟାର):: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଂଚଳରେ ଅଭାବନୀୟ ଘଟଣାଘଟିଛି । କୁରୁଳେଇ ଓ ତନରଡ଼ା ଗ୍ରାମରେ ବଜ୍ରାଘାତ ଘଟି ଏକାଥରକେ ଦୁଇଜଣଙ୍କ ପ୍ରାଣହାନି ହୋଇଛି। ମୃତକ ଦ୍ୱୟ ହେଲେ କୁରୁଳେଇ ଗ୍ରାମର ପ୍ରଫୁଲ ସ୍ୱାଇଁ ଅନ୍ୟଜଣେ ତନରଡ଼ା ଗ୍ରାମର ଛବିତା ଡାକୁଆ। ଏମାନେ ନିଜ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିବାରୁ ଉଭୟେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବେଲଗୁଣ୍ଠା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...