Latest

ବାରାଣାସୀର ଘାଟ ସଫା କରୁଥିବା ଶ୍ରମିକମାନେ ଅଢ଼େଇ ମାସ ଧରି ପାଇନାହାଁନ୍ତି ଦରମା, ଅଳିଆ ପକାଇ ବିରୋଧ

Posted on

ବାରାଣାସୀ: ବାରଣାଣୀ ଘାଟରେ ସଫା କରୁଥିବା ଶ୍ରମିକ ମାନେ ଅଢ଼େଇ ମାସ ହେଲା ଦରମା ପାଇ ନାହାନ୍ତି। ଏହାକୁ ବିରୋଧ କରି ଆଜି ସକାଳେ ଧାର୍ମିକ ସହର ବାରାଣାସୀରେ ଆସି ଘାଟରେ ଲୋକମାନେ ପହଞ୍ଚିବା ପରେ ଏହାର ସିଡ଼ିରେ ଅଳିଆ ଓ ମଇଳା ପକାଇ ବିରୋଧ କରିଛନ୍ତି । ସକାଳେ ବନାରସର ମଞ୍ଚଠାରୁ ଟିକିଏ ଆଗରେ ପରିମଳ କର୍ମଚାରୀମାନେ ସ୍ଲୋଗାନ ଦେଇ ବିରୋଧ କରିଥିଲେ । ଅନୁସନ୍ଧାନରେ ଏହା ଜାଣିବାକୁ ପାଇଲା ଯେ ଏହି ସଫେଇ କର୍ମଚାରୀମାନେ ଘରୋଇ କମ୍ପାନୀ ତରଫରୁ ଚୁକ୍ତିଭିତ୍ତିକ ଅଟନ୍ତି ଏବଂ ସେମାନଙ୍କର କାର୍ଯ୍ଯ ହେଉଛି ବନାରସର ଆସୀ ଘାଟରୁ ରାଜ ଘାଟ ଅର୍ଥାତ ଶେଷ ଘାଟ ପର୍ଯ୍ଯନ୍ତ ସଫେଇ ବ୍ଯବସ୍ଥା କରାଯିବ। ଏହି ଲୋକମାନେ ମଧ୍ୟ ଏଥିରେ ନିୟୋଜିତ ଅଛନ୍ତି, କିନ୍ତୁ ସେମାନେ ଗତ ଅଢ଼େଇ ମାସ ଧରି ଦରମା ପାଇନାହାଁନ୍ତି ଏବଂ ସେମାନଙ୍କୁ ଚୁକ୍ତି କରିଥିବା କମ୍ପାନୀ ମଧ୍ୟ ସେମାନଙ୍କର କୌଣସି ବ୍ଯବସ୍ଥା କରୁନାହିଁ । ତେଣୁ ଆଜି ଏହି ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ ।
ସଫେଇ କାର୍ଯ୍ଯକୁ ବନ୍ଦ କରି ପରିମଳ କର୍ମଚାରୀମାନେ ଆସି ଘାଟରେ ବିରୋଧ ପ୍ରଦର୍ଶନ ଭାବରେ ଅଳିଆ ପକାଇ ଥତ୍ଲେ ଏବଂ ମୁ୍ନିସିପାଲିଟି କର୍ପୋରେସନ୍ କର୍ମଚାରୀମାନଙ୍କୁ ମଧ୍ୟ ସଫା କରିବାକୁ ଅଟକାଇଥିଲେ ।ଯେପର୍ଯ୍ଯନ୍ତ ସେମାନେ ସେମାନଙ୍କର ଦରମା ପାଇନାହାନ୍ତି ସେ ପର୍ଯ୍ଯନ୍ତ ସେମାନେ କାହାକୁ ଏଠାରେ କାମ କରିବାକୁ ଦେବେ ନାହିଁ ବୋଲି ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version