Latest

ଦୁଷ୍କର୍ମ ପୀଡିତାଙ୍କୁ ଶୀଘ୍ର ମିଳିବ ନ୍ୟାୟ

Posted on

ନୂଆଦିଲ୍ଲୀ: ଦେଶରେ ଦୁଷ୍କର୍ମ ପୀଡିତା ଓ ନାବାଳିକାଙ୍କୁ ଫାଷ୍ଟଟ୍ରାକ କୋର୍ଟ ଜରିଆରେ ଶୀଘ୍ର ନ୍ୟାୟ ଦେବା ଦିଗରେ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି କ୍ୟାବିନେଟ । ଦେଶରେ ୧୦୨୩ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିବା ଯୋଜନାକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମିଳିଛି ମଞ୍ଜୁରୀ। ନାବାଳିକା ଓ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ନ୍ୟାୟ ଦେବା ପାଇଁ ୧୦୨୩ ଫଷ୍ଟଟ୍ରାକ କୋର୍ଟ ସ୍ଥାପନ ହେବ ବୋଲି କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏହି ଯୋଜନାରେ ମୋଟ ୧୫୮୬ କୋଟି ଟଙ୍କା ଖର୍ଚ୍ଚ ହେବ ।
ଆଗାମୀ ଦୁଇ ବର୍ଷରେ ଦୃତ ଗତିରେ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । ନାବାଳିକାଙ୍କ ସହ ହେଉଥିବା ଯୌନ ଅପରାଧ ମାମଲାରେ ଶୀଘ୍ର ନ୍ୟାୟ ଦେବା ପାଇଁ ଏହି ଫାଷ୍ଟଟ୍ରାକ କୋର୍ଟ ମଧ୍ୟରୁ ୩୮୯ ପୋକ୍ସୋ କୋର୍ଟ ସାମିଲ ରହିଛି ।ଫାଷ୍ଟଟ୍ରାକ କୋର୍ଟ ଉପରେ ହେବାକୁଥିବା ଖର୍ଚ୍ଚରୁ ୯୭୧ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ । ଅନ୍ୟପକ୍ଷେ ୬୦୧.୧୬ କୋଟି ଟଙ୍କା ରାଜ୍ୟ କୋଷରୁ ଖର୍ଚ୍ଚ ହେବ।

Leave a Reply

Your email address will not be published. Required fields are marked *

Most Popular

Exit mobile version