ରାଜନୀତି

ସମସ୍ତଙ୍କୁ ମ୍ୟାନେଜ କରାଯିବ : ନବୀନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ନିର୍ବାଚନ ବିଗୁଲ୍ ବାଜି ସାରିଥିବାବେଳେ ଏବେ ନେତାଙ୍କ ଦଳଡ଼ିଆଁ ପ୍ରକ୍ରିୟା ଜୋର୍ ଧରିଛି । ତେବେ ବିଜେଡିରେ ଯେତେ ନେତା ଓ ପ୍ରଶାସକ ମିଶିଲେ ବି ସମସ୍ତଙ୍କୁ ଦଳ ସଠିକ୍ ଭାବେ ମ୍ୟାନେଜ୍ କରିପାରିବ ବୋଲି ସଙ୍କେତ ଦେଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏନେଇ ମଧ୍ୟ ସ୍ପଷ୍ଟ ମତ ରଖିଛନ୍ତି ।
ବିଜେଡିରେ ଚାଲିଥିବା ମିଶ୍ରଣ ପର୍ବ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ‘ଉଇ ୱିଲ୍ ମ୍ୟାନେଜ୍ ୱେଲ୍’ । ସେହିପରି ଦଳର ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ସେ କହିଛନ୍ତି ଯେ, ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓ ନିର୍ବାଚନରେ ବିଜେଡି ବହୁତ ଭଲ କରିବ । ଖୁବଶୀଘ୍ର ସମ୍ଭାବ୍ୟ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।
ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ବିଗୁଲ୍ ବାଜିବାର ପ୍ରାୟ ୩ମାସ ପୂର୍ବରୁ ରାଜ୍ୟବ୍ୟାପୀ ବିଭିନ୍ନ ଦଳର ନେତାମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ବିଜେଡିରେ ସାମିଲ କରାଇ ନିଜର କଳେବର ବୃଦ୍ଧି କରୁଥିବାବେଳେ ସେମାନଙ୍କୁ କିଭଳି ଥଇଥାନ କରିବ ତାକୁ ନେଇ ଦଳୀୟ ମହଲରେ ପ୍ରଶ୍ନ ଉଠିଛି । ଏପରିକି ଦଳରେ ଦୀର୍ଘବର୍ଷ ଧରି ପଡ଼ି ରହିଥିବା ନେତାମାନଙ୍କୁ ଅଣଦେଖା କରାଯାଇ ଦଳଡ଼ିଆଁଙ୍କୁ ଗୁରୁତ୍ୱ ଦିଆଯାଉଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ନବୀନଙ୍କ ଏହି ମନ୍ତବ୍ୟ ଦଳର ଅସନ୍ତୁଷ୍ଟଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version