ରାଜ୍ୟ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜିଠୁ

Posted on

ବରଗଡ଼ (ଓଡ଼ିଶା ୱେୟାର): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆଜିଠୁ ଆରମ୍ଭ ହୋଇଛି। ୧୧ ଦିନ ଧରି ଚାଲିବ । ଆକର୍ଷଣୀୟ ରଂଗୀନ ଆଲୋକ ତୋରଣ ଓ ରଂଗୀନ ଆଲୋକମାଳାରେ ପୂରା ବରଗଡ଼ ସହରକୁ ସୁସଜ୍ଜିତ କରାଯାଇଛି।
ବରଗଡ଼ ପାଲଟିଛି ମଥୁରା ନଗରୀ ଓ ଗୋପପୁର ହୋଇଛି ଅମ୍ବାପାଲି। ଆଜିଠୁ ମଥୁରା ନଗରୀରେ ମହାରାଜ କଂସଙ୍କ ରାଜୁତି ଚାଲିବ। ଆଉ ଗୋପପୁର ଅମ୍ବାପାଲ୍ଲୀରେ ମଞ୍ଚସ୍ଥ ହେବ କୃଷ୍ଣଲୀଳା। ହାଟପଦା ପଡ଼ିଆରେ କଂସ ଦରବାର ଓ ନିଶାମଣି ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପାଦ ଥାପିଛି। ଆଜି ଅପରାହ୍ଣ ୨ଟାରୁ ସ୍ଥାନୀୟ ଗାନ୍ଧି ଛକଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ।ଏହାକୁ ବରଗଡ଼ ଜିଲ୍ଲାପାଳ ଉଦ୍‌ଘାଟନ କରିବେ। ବିଭିନ୍ନ ସାଂସ୍କୃତିକ ଦଳଙ୍କ ସହ ଏହି ଶୋଭାଯାତ୍ରା ସମଲେଶ୍ୱରୀ ମନ୍ଦିରକୁ ଯିବ।

ସଂଧ୍ୟା ୭ଟାରେ ସମଲେଶ୍ୱରୀ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚାନା ପରେ ଧନୁଯାତ୍ରାରର କଳାକାରମାନେ କମିଟି ସଦସ୍ୟଙ୍କ ସହ ହାଟପଦା ପଡ଼ିଆ ସ୍ଥିତ ରାଜଦରବାରରେ ପହଞ୍ଚିବେ।

ସେଠାରେ ପରମ୍ପରା ଅନୁସାରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ ସାଂସଦ ଧନୁଯାତ୍ରାକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନ ପରେ ପ୍ରଥମ ଦିନର କାର‌୍ୟ୍ୟକ୍ରମ ନାଟକ ମାଧ୍ୟମରେ ପ୍ରଦର୍ଶିତ ହେବ। ଗତଥର ଭଳି ଏଥର ବି କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। ଏଥିପାଇଁ ସେ ନିଜକୁ ପୂରା ପ୍ରସ୍ତୁତ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version