Latest

ମୁଲାୟମ କେଶ ପାଇଁ ଆପଣାନ୍ତୁ ଡାଲଚିନ ପ୍ୟାକ

Posted on

ସୁନ୍ଦର ତଥା ମୁଲାୟମ୍ କେଶ ପାଇବାକୁ ସମସ୍ତେ ଚାହାନ୍ତି। କିନ୍ତୁ ଯତ୍ନ ଅଭାବରୁ ପ୍ରାୟତଃ ଚୁଟି ରୁକ୍ଷ ଓ ତେଲିଆ ହୋଇଯାଏ। ଫଳରେ ଲୁକ୍ ଖରାପ ହେବା ସହ ଚୁଟି ବି ଉପୁଡ଼େ। ବିଭିନ୍ନ ରାସାୟନିକ ପ୍ରଡକ୍ଟ ବ୍ୟବହାର କରି ଲୋକେ ଏହି କେଶ ଜନିତ ସମସ୍ୟାରୁ ମୁକ୍ତି ପାଇଥାନ୍ତି। କିନ୍ତୁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ବି ଚୁଟିକୁ ଚମକଦାର ବନାଇପାରିବେ। ଚୁଟିରେ ଡାଲଚିନି ଓ ଅଲିଭ ଅଏଲର ପ୍ୟାକ୍ ଲଗାଇ ଆପଣ କୋମଳ କେଶ ପାଇପାରିବେ। ଆସନ୍ତୁ ଜାଣିବା ଏହାକୁ ତିଆରି କରିବା ପ୍ରଣାଳୀଟ୍ଟ

ଏହି ପ୍ୟାକ୍‌କୁ ତିଆରି କରିବା ପାଇଁ ବେକିଂ ସୋଡ଼ା, ଅଲିଭ ଅଏଲ, ଡାଲଚିନି ଓ ଟି ଟ୍ରି ଅଏଲ ନିଅନ୍ତୁ। ଏବେ ଏକ ପାତ୍ରରେ ସବୁ ଜିନିଷ ମିଶାନ୍ତୁ। ଏହି ପେଷ୍ଟକୁ ବ୍ରଶ୍ ସାହାଯ୍ୟରେ ଚୁଟିରେ ଲଗାନ୍ତୁ। ଏହା ଶୁଖିବା ପରେ ସାଦା ପାଣିରେ ଚୁଟି ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଚୁଟିକୁ ଧୋଇବା ପାଇଁ ମାଇଲ୍ଡ ସାମ୍ପୁ ବ୍ୟବହାର କରିପାରିବେ।

ଏହି ମିଶ୍ରଣର ଫାଇଦା:

ଏହି ପେଷ୍ଟକୁ ମୁଣ୍ଡରେ ଲଗାଇବା ଦ୍ୱାରା ଚୁଟି ଚମକଦାର ହୋଇଥାଏ। ଏଥିସହ ଚୁଟି ମୂଳରୁ ମଜଭୁତ ହୁଏ। ଆପଣ ଏହି ପ୍ୟାକ୍‌କୁ ସପ୍ତାହକୁ ଦୁଇ ଥର ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version