Latest
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ!
ପୁଣି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଛି । ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍ର ଗୋଲ୍ଫ କ୍ଲବରେ ଗଲ୍ଫ ଖେଳୁଥିବା ବେଳେ ଟ୍ରମ୍ପଙ୍କୁ ଗୁଳିମାଡ଼ କରି ହତ୍ୟା ଉଦ୍ୟମ କରାଯାଇଥିଲା। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ଏହି ଘଟଣାରେ ଏଫବିଆଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଟ୍ରମ୍ପ ଏବେ ସୁରକ୍ଷିତ ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।ତେବେ ଟ୍ରମ୍ପଙ୍କୁ ଗୁଳିମାଡ଼ ପରେ ଉପରାଷ୍ଟ୍ରପତି କମଲା ହାରିସ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ସୁରକ୍ଷିତ ଥିବା ଜାଣି ମୁଁ ଖୁସି। ଆମେରିକାରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି।