Latest

କୁମ୍ଭ ମେଳାରୁ ଓଡ଼ିଶାକୁ ଫେରିଲେ ରହିବେ ୧୪ ଦିନ କ୍ୱାରେଣ୍ଟାଇନରେ

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର): ଉତ୍ତରାଖଣ୍ଡର କୁମ୍ଭ ମେଳାକୁ ଯାଇଥିବା ବ୍ୟକ୍ତିମାନେ ନିଶ୍ଚିତ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ। ସେମାନେ ନିଜ ଘର ହେଉ ଅବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
କୁମ୍ଭମେଳାରେ ସାମିଲ ପାଇଁ ଉତ୍ତରାଖଣ୍ଡ ସରକାରରେ ପଞ୍ଜିକୃତ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କ ତାଲିକାକୁ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ୍ତ କୁମାର ଜେନା ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ପ୍ରଦାନ କରିଛନ୍ତି। କୁମ୍ଭମେଳାରେ ସାମିଲ ହୋଇଥିବା ସମସ୍ତ ପଞ୍ଜିକୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କର ଗସ୍ତ ବିବରଣୀ ହାସଲ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସେହି ବ୍ୟକ୍ତିମାନେ ଟ୍ରେନ ଓ ବିମାନରେ ଓଡ଼ିଶା ଆସିବା ପୂର୍ବରୁ ଆରଟିପିସିଆର ପରୀକ୍ଷା ରିପୋର୍ଟ ଧରି ଯେଭଳି ଆସିବେ ତାହା ସେମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି ।

ସେହି ସମସ୍ତ ବ୍ୟକ୍ତିଙ୍କୁ ନିଶ୍ଚିତ ଭାବେ ଯୋଗାଯୋଗ କରି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବାକୁ କୁହାଯାଇଛି। ସେମାନେ ଓଡ଼ିଶା ଆସିବା ପରେ ସେମାନଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ ହେଉ ଅବା କ୍ଲଷ୍ଟରରେ ଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଆରଟିପିସିଆର ଟେଷ୍ଟ ହୋଇଥିବା ବାଧ୍ୟତାମୂଳକ। ଯଦି କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଏ, ତାଙ୍କ ସହ ତୁରନ୍ତ ଯୋଗାଯୋଗ କରାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version