ରାଜ୍ୟ

ଚାଷୀଙ୍କୁ ଆକାଉଣ୍ଟକୁ ଗଲା ୬୨୨ କୋଟି

Posted on

ପୁରୀ(ଓଡ଼ିଶା ୱେୟାର):ନବୀନ ପଟ୍ଟନାୟକ ସରକାର ‘କାଳିଆ’ ଯୋଜନାରେ ୧୨.୪୫ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୬୨୨କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି। ପୁରୀର ମାଳତୀପାଟପୁରଠାରେ ଚାଷୀଙ୍କ ଏକ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଥିଲେ।
ରାଜ୍ୟ ସମବାୟ ବିଭାଗ ସୂତ୍ର ଅନୁସାରେ ‘କାଳିଆ’ ଯୋଜନାରେ ସହାୟତା ପାଇଁ ୬୬ଲକ୍ଷ ଚାଷୀ ଆବେଦନ କରିଥିଲେ। ସେଥିରୁ ୧୨ଲକ୍ଷ ୪୫ହଜାର ୪୯୦ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ୬୨୨ କୋଟି ୭୪ଲକ୍ଷ ୫୦ହଜାର ଟଙ୍କା ସ୍ଥାନାନ୍ତର କରାଯାଇଛି। ପ୍ରଥମ ପର‌୍ୟ୍ୟାୟରେ ବାଲେଶ୍ୱରର ସର୍ବାଧିକ ୧ଲକ୍ଷ ୯୬୭ଜଣ ଚାଷୀ ଓ ଝାରସୁଗୁଡ଼ା ଜିଲ୍ଲାର ସର୍ବନିମ୍ନ ୧୨୬୦୭ଜଣ ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ରାଜ୍ୟର ସମସ୍ତ ଚାଷୀଙ୍କୁ ପ୍ରତିବର୍ଷ ଦୁଇଥର ୫ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ରାଜ୍ୟ ସରକାର ପ୍ରତିବର୍ଷ ଅକ୍ଷୟ ତୃତୀୟା ଓ ନୂଆଖାଇରେ ଏହି ଚାଷୀ ସହାୟତା ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version