ରାଜନୀତି

ଦୁଇଟି ସ୍ଥାନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିମଧ୍ୟରେ ନବୀନ ପଟ୍ଟନାୟକ ୨୦ ବର୍ଷ ରାଜନୈତିକ ଜୀବନରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ନବୀନ ପଟ୍ଟନାୟକ ଚଳିତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିବେ। ଆସ୍କା ଲୋକସଭା ଅନ୍ତର୍ଗତ ହିଞ୍ଜିଳିକାଟୁ ଓ ବରଗଡ଼ ଲୋକସଭା ଅନ୍ତର୍ଗତ ବିଜେପୁରରୁ ନିର୍ବାଚନ ଲଢିବେ।
ସୂଚନାନୁଯାୟୀ ରବିବାର ପଶ୍ଚିମ ଓଡ଼ିଶାର ବହୁନେତା ନବୀନ ପଟ୍ଟନାୟକଙ୍କୁ ପଶ୍ଚିମ ଓଡ଼ିଶାର ଯେ କୌଣସି ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ କହିଥିଲେ। ଏଥିପାଇଁ ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version