ଦେଶ- ବିଦେଶ

ନବୀନଙ୍କ ନିର୍ବାଚନୀ ଖର୍ଚ୍ଚ ମାମଲା, ନିଷ୍ପତି ନେବେ ନିର୍ବାଚନ କମିଶନ

Posted on

ନୂଆଦିଲ୍ଲୀ:  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚରେ ଅନିୟମିତତା ଅଭିଯୋଗ ମାମଲାର ଚୂଡ଼ାନ୍ତ ନିଷ୍ପତି ମୁଖ୍ୟ ନିର୍ବାଚନ କମିଶନ ନେବେ ।  ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାଏର ଯାଚିକା ଉପରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତାକୁ ନେଇ ଶ୍ରୀ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ମାମଲାର ନିରପେକ୍ଷ ଓ ତ୍ୱରିତ୍ ଶୁଣାଣି ଦାବି କରି ଶ୍ରୀ ମହାପାତ୍ର ଏହାକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ  ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ  ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରିବା ପାଇଁ ଜାତୀୟ ନିର୍ବାଚନ କମିଶନ ସମ୍ମତି ପ୍ରଦାନ କରିବାରୁ ଶ୍ରୀ ମହାପାତ୍ର ତାଙ୍କର ମାମଲା ସ୍ଥାନାନ୍ତରର ଆବଶ୍ୟକତା ନଥିବା ତାଙ୍କ ଓକିଲ କହିଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାର ସ୍ଥାନାନ୍ତର ଉପରେ ଦାଏର ଆବେଦନର ଶୁଣାଣିବେଳେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ନିଷ୍ପତି ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version