ରାଜ୍ୟ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ : ପୁଞ୍ଜିଲାଲ୍‌ ଗିରଫ

Posted on

ବଲାଙ୍ଗିର : ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଇଂରାଜୀ ଅଧ୍ୟପକ ପୁଞ୍ଜିଲାଲ୍‌ ମେହେରକୁ କ୍ରାଇମବ୍ରାଞ୍ଚ ଆଜି ଗିରଫ କରିଛି। ଗତ ଦୀପାବଳୀରୁ ପୁଞ୍ଜିଲାଲ ଏହି ପରିବାରକୁ ସମୂଳେ ନାଶ କରିବାକୁ ଯୋଜନା କରିଥିଲେ। ବଲାଙ୍ଗିର ଜ୍ୟୋତିବିକାଶ ଜୁନିୟର କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେର ପିଏଚ୍‌ଡି କରୁଥିଲେ। ପରିବାର ଲୋକେ ଶୋଇବା ପରେ ଘରେ ଭିତରେ ରାତିରେ ଅନିଦ୍ରା ହୋଇ ଥେସିସ୍‌ ଲେଖୁଥିଲେ। ମାତ୍ର ପ୍ରକୃତରେ ସେ ଥେସିସ୍‌ ଲେଖୁ ନଥିଲେ, ରାତି ରାତି ଅନିଦ୍ରା ହୋଇ ପିଏଚ୍‌ଡି ଲ୍ୟାବ୍‌ରେ ବୋମା ତିଆରି କରୁଥିଲେ। ନିଜେ ସଂଗ୍ରହ କରିଥିବା ବାରୁଦରେ ତିଆରି କରୁଥିଲେ ଛୋଟ ଛୋଟ ବୋମା। ଏହା ସଫଳ ହୋଇଛି ନା ନାହିଁ ଜାଣିବା ପାଇଁ ଏକାଧିକ ଥର ପରୀକ୍ଷା କରିଥିଲେ। ଯେତେବେଳେ ଜାଣିଲେ ପରୀକ୍ଷା ସଫଳ ହୋଇଛି, ତାହା ପରେ କାର୍ଯ୍ୟରେ ରୂପାନ୍ତରିତ କରିବା ପାଇଁ ବାହାରି ପଡ଼ିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ କାର୍‌ପେଟ୍‌ ଉପରେ ବସି ବୋମା ତିଆରି କରୁଥିଲେ ସେହି ରାତିରେ ସେହି କାରେପ୍‌ଟକୁ ପୋଡି ଦେଉଥିଲେ। ଯାହାର ପ୍ରମାଣ ପୋଲିସକୁ ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version