Latest

ପିପିଲି ଉପନିର୍ବାଚନ ସ୍ଥଗିତ ରହିଲା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ପିପିଲି ଉପନିର୍ବାଚନ ସ୍ଥଗିତ ରହିଲା। ରାଜ୍ୟରେ କୋଭିଡ୍ ଲକ୍ ଡାଉନ୍ କାରଣରୁ ସ୍ଥଗିତ ରଖିଲେ ଭାରତୀୟ ନିର୍ବାଚନ କମିଶନ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ମେ ୧୬ ତାରିଖରେ ହେବାର ଥିଲା ପିପିଲି ଉପନିର୍ବାଚନ।

ଆସନ୍ତା ୧୬ ତାରିଖରେ ହେବାର ଥିଲା ପିପିଲି ଉପନିର୍ବାଚନ। ଏଥିପାଇଁ ସବୁପ୍ରକାର ପ୍ରସ୍ତୁତି ଚଳାଇଥିଲେ ରାଜ୍ୟ ସରକାର। ଏପରିକି ଆସନ୍ତା ୫ ତାରିଖରୁ ହେବାକୁ ଥିବା ଲକ୍‌ଡାଉନ୍‌ରେ ପିପିଲି ନିର୍ବାଚନମଣ୍ଡଳୀରେ କିଛି ମାତ୍ରାରେ କୋହଳ କରାଯାଇଥିଲା। କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version