ରାଜନୀତି

ବିଜେଡିରେ ଯୋଗଦେଲେ ବିଜେପିର ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ବହୁ କର୍ମୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଧାୟିକା ପ୍ରମିଳା ମଲିକଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ବିଜେପି ମଣ୍ଡଳ ସଭାପତିଙ୍କ ସହ ୫୦ରୁ ଊଦ୍ଧ୍ୱର୍ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଏହି ଯୋଗଦାନ କାର‌୍ୟ୍ୟକ୍ରମରେ ୭ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ୨୭ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ କୁମାର ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟଭାମା ମଲ୍ଲିକ, ତାପସ କୁମାର ମହାପାତ୍ର, ଖାନନଗର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ସମିତି ସଭ୍ୟ ଖିତିରଞ୍ଜନ ନାୟକ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ଗଦାଧର ସାହୁ, ପର୍ଶୁରାମ ମିଶ୍ର, ମନୋଜ କୁମାର ବିଶ୍ୱାଳ, ସଂଖ୍ୟାଲଘୁ ମୋର୍ଚ୍ଚାର ଏସ୍.କେ. ଆଲ୍ଲାଉଦ୍ଦିନ୍, ମହିଳା ମୋର୍ଚ୍ଚାର ତିଳୋତ୍ତମା ବେହେରା, ମଣ୍ଡଳ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, କୃଷକ ମୋର୍ଚ୍ଚାର ଅଲେଖ ଚନ୍ଦ୍ର ମଲ୍ଲିକ, ଯୁବମୋର୍ଚ୍ଚାର ଫକୀର ଚରଣ ସାହୁ, ଶଙ୍କର୍ଷଣ ସାମଲ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ଜିଲ୍ଲା ପରିଷଦ ସଭ୍ୟ, ମଣ୍ଡଳ ସଭାପତି ଏବଂ ତାଙ୍କ ସମର୍ଥକଙ୍କୁ ନବୀନ ନିବାସରେ ସଭାପତି ପଟ୍ଟନାୟକ ସ୍ୱାଗତ କରିବା ସହ ବିଜେପିର ନିର୍ବାଚିତ ପ୍ରତିନିଧି, ସଦସ୍ୟ ଏବଂ ତାଙ୍କ ସମର୍ଥକମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି କହିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version