Latest

ମଙ୍ଗଳ ଗ୍ରହରେ ନୀଳରଙ୍ଗର ବାଲିକୁଦ ଦୃଶ୍ୟମାନ

Posted on

ନାସା: ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ । ମହାକାଶ ଉପରେ ଗବେଷଣା କରୁଥିବା ସଂସ୍ଥା ନାସା ଶୁକ୍ରବାର ଏହି ନୀଳ ରଙ୍ଗର ବାଲିକୁଦର ଫଟୋ ଜାରି କରିଛି। ସାଧାରଣତଃ ମଙ୍ଗଳ ଗ୍ରହର ଆଭ୍ୟନ୍ତର ବାଦାମୀ କିମ୍ୱା ଧୂସର ଦେଖାଯାଏ। ହେଲେ ଏବେ ମଙ୍ଗଳ ଗ୍ରହ ଭିତରେ ଏହି ନୀଳ ରଙ୍ଗର ଏକ ବାଲିକୁଦ ଦେଖିବାକୁ ମିଳିଛି।

ମଙ୍ଗଳ ଗ୍ରହକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏଭଳି ଏକ ଫଟୋ ଜାରି କରିଛି ନାସା। ଏହି ଫଟୋ ଜାରି କରି ନାସା କହିଛି, ରେଡ୍ ପ୍ଲାନେଟରେ ବ୍ଲ୍ୟୁ ଡ୍ୟୁନ୍ସ (ଲାଲ ଗ୍ରହରେ ନୀଳ ରଙ୍ଗର ବାଲିକୁଦ)। ଏହି ଫଟୋ ମଙ୍ଗଳ ଗ୍ରହର ଉତ୍ତର ମେରୁରୁ ନିଆଯାଇଛି। ଏଭଳି ବାଲିକୁଦ ଗ୍ରହରେ ପ୍ରବଳ ପବନ ବୋହିବାରୁ ତିଆରି ହୋଇଛି। ପ୍ରାୟ ୩୦ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ନୀଳ ରଙ୍ଗର ବାଲିକୁଦ ଦୃଶ୍ୟମାନ ହେଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version