Latest

ଶିମିଳିପାଳ ଜଙ୍ଗଲରେ ଦେଖାଗଲା କଳାବାଘ

Posted on

ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । ଯାହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି । ଏହି ଭିଡିଓ ଓଡ଼ିଶା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ(ନୋଡାଲ) ସୁଶାନ୍ତ ନନ୍ଦ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ଆପଣମାନେ ପ୍ରକୃତିର ପ୍ରାକୃତିକ ସଂଗୀତ ସହିତ ଶିମିଳିପାଳ ମେଲାନିଷ୍ଟିକ୍ ବାଘର ପ୍ରଥମ ଭିଡିଓ ଦେଖୁଛନ୍ତି ।ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଏକ କଳା ମହାବଳ ବାଘ ଠାବ ହୋଇଥିଲା । ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର କଳା ମହାବଳ ବାଘ ବୁଲୁଥିବା ନେଇ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା ।

Leave a Reply

Your email address will not be published. Required fields are marked *

Most Popular

Exit mobile version