ରାଜ୍ୟ

ସାରା ଦେଶର ଚାଷୀଙ୍କ ଉନ୍ନତି ପାଇଁ ବାଟ ଖୋଲିବ କାଳିଆ ଯୋଜନା: ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କାଳିଆ ଯୋଜନାକେବଳ ଓଡିଶା ନୁହେଁ, ସାରା ଦେଶର ଚାଷୀଙ୍କ ଉନ୍ନତି ପାଇଁ ବାଟ ଖୋଲିବ ।ଚାଷୀଙ୍କ ପାଇଁ ସାରା ଦେଶରେ ଏହା ଏକ ଆର୍ଦଶ ଯୋଜନା ।ରାଜ୍ୟ ସରକାରଙ୍କର ଏହା ସବୁଠାରୁ ବଡ ଯୋଜନା। ଦଶ ହଜାର କୋଟି ଟଙ୍କାର ଯୋଜନା ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାକୁ ନେଇ ନିଜର ଅଭିଭାଷଣ ରଖି କହିଛନ୍ତି ଯେ, ମୁଁ ଜାଣିବାକୁ ପାଇଲି କାଳିଆ ଯୋଜନା ଆମର ଚାଷୀ ଭାଇଭଉଣୀମାନଙ୍କର ବହୁତ ପସନ୍ଦ ହୋଇଛି । ମୁଁ ବହୁତ ଖୁସି ହେବି, ଯଦି ଆପଣ କାଳିଆ ଯୋଜନାର ସହାୟତାକୁ ଚାଷ କାମରେ ଲଗାଇବେ । ଆପଣ ରେଜିଷ୍ଟେସନ କଲେଣି ? ଆଜି ପ୍ରଥମ ପର୍ଯ୍ୟାୟ ରେଜିଷ୍ଟେସନ ସରୁଛି । ଦ୍ୱିତୀୟ ପର୍ଯ୍ୟାୟ ରେଜିଷ୍ଟେସନ ଜାନୁଆରୀ ୨୫ ରୁ ଫେବୃଆରୀ ୫ ତାରିଖ ପ ର‌୍ୟ୍ୟନ୍ତ ଚାଲିବ । ଚାଷୀ ଭାଇଉଣୀମାନଙ୍କ ପାଇଁ କାଳିଆ ଯୋଜନା ବହୁତ ଭଲ ଯୋଜନା । ଆମର ୯୨ ପ୍ରତିଶତ ଚାଷୀ, ଛୋଟ ଚାଷୀ, ଭାଗ ଚଷୀ, କୃଷି ଶ୍ରମିକ ସମସ୍ତେ ଉପକାର ପାଇବେ । ରବି ଓ ଖରିଫ ଋତୁ ପାଇଁ ସହାୟତା ସହିତ ବିନା ସୁଧରେ ଋଣ, ବୀମା ସୁବିଧା ଓ ଜୀବିକା ସୁବିଧା ସବୁ ବ୍ୟବସ୍ଥା ଏଥିରେ ଅଛି ।

ମୁଁ ବହୁତ ଖୁସି ହେବି, ଯେତେବେଳେ ଆପଣଙ୍କ ରୋଜଗାର ବଢିବ । ୨୦୧୪ରେ ଦଶ ଲକ୍ଷ ହେକ୍ଟର ଅଧିକ ଜମିକୁ ପାଣି ଯୋଗାଇବା ପାଇଁ ମୁଁ ଘୋଷଣା କରିଥିଲି । ଗତ ୪ ବର୍ଷରେ ଜଳସେଚନ ପାଇଁ ଆମେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛୁ । ଆଜି ଆମେ ୮ ଲକ୍ଷ ହେକ୍ଟର ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇଛୁ । ଆଗାମୀ ଏପ୍ରିଲ ସୁଦ୍ଧା ଆମେ ଆମର ଲକ୍ଷ୍ୟ ପୂରଣ କରିବୁ ।
ଆମର ଚାଷୀଭାଇଙ୍କ ସହେଯାଗରୁ ଓଡିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଛି । ଫୁଡ ଗ୍ରେନ ପ୍ରଡକ୍ସନରେ ଓଡିଶା ସ୍ୱାବଲମ୍ବୀ ହୋଇଛି । ଓଡିଶା ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । ଆମର ଚାଷୀଭାଇଙ୍କ ଉପରେ ପୁରା ଭରସା ରହିଛି । ଆମେ ସମସ୍ତେ ମିଶି କୃଷି କ୍ଷେତ୍ରରେ ଓଡିଶାକୁ ଆଗକୁ ନେବା ।
ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କୃଷି ଓ ଅର୍ଥମନ୍ତ୍ରୀ ଶଶୀଭୁଷଣ ବେହେରା ଚାଷୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସାଆଇଆଇର ମିଳିତ ଉଦ୍ୟମରେ ଚାଲିଥିବା ଏହି ୫ ଦିନିଆ କୃଷି କ୍ରମଶାଳାରେ ଦେଶର କୃଷିବିତ, କୃଷି ପୁଞ୍ଜିନିବେଶକାରୀ ଓ ଭାରତ ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ଭାଗ ନେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ ଜଣ ଆଗୁଆ ଚାଷୀଙ୍କୁ ସମ୍ବଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version