Latest

ଅକ୍ଟୋବର ୧୧ ରେ ରିଲିଜ୍ ହେବ ଆଲିଆ ଭଟ୍ଟଙ୍କ ନୂଆ ଚଳଚ୍ଚିତ୍ର ‘ଜିଗ୍ରା’

Posted on

ବଲିଉଡର ସୁପରଷ୍ଟାର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଲୋରିୟଲ ପ୍ୟାରିସ ବ୍ରାଣ୍ଡ ଦ୍ୱାରା ଏହାର ବିଶ୍ୱ ବ୍ରାଣ୍ଡ ଆମ୍ବାସାଡର ଭାବେ ମନୋନୀତ କରାଯାଇଥିଲା। ଏବେ ଅଭିନେତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ଏହି ଅଭିନେତ୍ରୀ ଖୁବ୍ ଶୀଘ୍ର ଫିଲ୍ମ ‘ଜିଗ୍ରା’ରେ ନଜର ଆସିବେ। ଏହି ବିଷୟରେ ଏକ ବଡ ଅପଡେଟ ଆସିଛି।

ପ୍ରକାଶ ଯେ, ଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିଗ୍ରା’ର ଟିଜର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଦ୍ୱାରା ସାର୍ଟିଫାଇଡ ହୋଇଛି ଏବଂ’ ୟୁଏ ‘ରେଟିଂ ଦିଆଯାଇଛି। ସିବିଏଫସି ୱେବସାଇଟ୍ ଅନୁଯାୟୀ, ଜିଗ୍ରାର ଟିଜର ଲମ୍ବ ୨ ମିନିଟ୍, ୫୨ ସେକେଣ୍ଡ ଅଟେ। ତେବେ ଟିଜର କେବେ ରିଲିଜ ହେବ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ।

‘ଜିଗ୍ରା’ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଦେଖାଇବ:

ଆଲିଆ ଭଟ୍ଟଙ୍କ ସହ ଫିଲ୍ମରେ ବେଦଙ୍ଗ ରାଇନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଭାଇ-ଭଉଣୀର ସମ୍ପର୍କ ଦେଖାଯିବ। ଆଲିଆ ଭଟ୍ଟ ‘ଜିଗ୍ରା’ରେ ବେଦଙ୍ଗ ରାଇନାଙ୍କ ବଡ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି।

ଅକ୍ଟୋବର ୧୧ ରେ ରିଲିଜ୍ ହେବ ‘ଜିଗ୍ରା’:

ଅକ୍ଟୋବର ୧୧ ତାରିଖରେ ଆଲିଆ ଭଟ୍ଟ ଏବଂ ବେଦଙ୍ଗ ରାଇନାଙ୍କ ‘ଜିଗ୍ରା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରକୁ ଧର୍ମା ପ୍ରଡକ୍ସନ୍ସ ଏବଂ ଆଲିଆ ଭଟ୍ଟଙ୍କ ଇଟରନଲ ସନସାଇନ ପ୍ରଡକ୍ସନ୍ସ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଜିଗ୍ରା ନିର୍ଦ୍ଦେଶନା ଦେଇଛନ୍ତି ୱାସନ ବାଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version