ରାଜ୍ୟ

ଅଘଟଣରୁ ବର୍ତ୍ତିଲା ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍

Posted on

ଭୁବନେଶ୍ୱର: ଗତ ରାତିରେ କଟକ ଷ୍ଟେସନ ପାଖରେ ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍ଏକ ବଡ଼ ଅଘଟଣରୁ ବର୍ତ୍ତିଲା । ଏହି ଟ୍ରେନର S-6 ବଗିରେ ତ୍ରୁଟି ଦେଖା ଦେଇଥିଲା। ଏହାର ଆଲୁମିନିୟମ ପ୍ଲେଟ ଖସି ଯାଇଥିଲା। ଟ୍ରଲି ସ୍ପ୍ରିଙ୍ଗରେ ଏହି ତ୍ରୁଟି ଦେଖା ଦେଇଥିଲା। ପ୍ରାୟ ରାତି ୨ଟା ବେଳେ ଏହା ଜଣାପଡ଼ିବା ପରେ ସୁରକ୍ଷା କାରଣରୁ ଟ୍ରେନକୁ ଆଉ ଯାତ୍ରା କରିବାକୁ ଦିଆଯାଇନଥିଲା। ଏହି ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା ଓ ତାର ଯାଞ୍ଚ କରାଯାଉଛି। S-6 ଆଗରେ ଥିବା ୧୪ଟି ବଗି ସକାଳ ୫ଟାରେ କଟକ ଷ୍ଟେସନରେ ପହଞ୍ଚିଥିଲା। ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍‌ର ଏହି ତ୍ରୁଟି ଯୋଗୁଁ ସେହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version