Latest

ଅତିରିକ୍ତ ଏସପି ପାହ୍ୟାର ୧୨ ପୁଲିସ୍ ଅଫିସରଙ୍କ ବଦଳି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବରିଷ୍ଠ ଓପିଏସ୍ ପାହ୍ୟାରେ ଆଜି ଏକ ଛୋଟଧରଣର ବଦଳି ହୋଇଛି । ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ନିଷ୍ପତ୍ତି ପରେ ପୁଲିସ ମୁଖ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ୬ଜଣ ପୁଲିସ ଅଧିକାରୀଙ୍କ ସମେତ ୧୨ଜଣଙ୍କର ଆଜି ବଦଳି ହୋଇଛି ।
ବିଜ୍ଞପ୍ତି ଅନୁସାରେ କମିଶନରେଟ ପୁଲିସରେ ଥିବା ଦୁଇଜଣ ଏସିପି ପାହ୍ୟାର ଅଫିସରଙ୍କୁ ଭୁବନେଶ୍ୱରରୁ ଦୂରକୁ ବଦଳି କରାଯାଇଛି । କମିଶନରେଟ ପୁଲିସରେ ଏସିପି ଭାବେ କାର୍ଯ୍ୟରତ ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ଭଦ୍ରକର ଅତିରିକ୍ତ ଏସପି ଏବଂ ଏସିପି ସୁଯୋଗ୍ୟ କୁମାର ମିଶ୍ରଙ୍କୁ ମୟୂରଭଞ୍ଜ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି ।
ସେହିପରି ଅତିରିକ୍ତ ପୁଲିସ ଏସପି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଓପିଏସ୍ ରଞ୍ଜନ କୁମାର ଦାସଙ୍କୁ ଭିଜିଲାନ୍ସ ବିଭାଗରେ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଥିବାବେଳେ ଉତ୍କଳ କେଶରୀ ଦାସଙ୍କୁ ସୋନପୁରର ଅତିରିକ୍ତ ଏସପି, ବିରଂଚି ପ୍ରସାଦ ଦେହୁରୀଙ୍କୁ କେନ୍ଦୁଝର ଜିଳ୍ଲା ଅତିରିକ୍ତ ଏସପି, ଅନନ୍ତ ଚନ୍ଦ୍ର ପତିଙ୍କୁ ଗୁଇନ୍ଦା ବିଭାଗର ଅତିରିକ୍ତ ଏସପି, ତ୍ରିଲୋଚନ ସ୍ୱାଇଁଙ୍କୁ ଭିଜିଲାନ୍ସ ବିଭାଗର ଅତିରିକ୍ତ ,ସପି ଓ ବିଜୟ କୁମାର ନନ୍ଦଙ୍କୁ କଳାହାଣ୍ଡିର ଅତିରିକ୍ତ ଏସପି ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ଡିଏସପି ରବୀନ୍ଦ୍ର କୁମାର ସେଠୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇ ତାଙ୍କୁ କଳାହାଣ୍ଡି ଆଇୟୁସିଏଡବ୍ଲ୍ୟୁରେ ଡିଏସପି ଭାବେ ବଦଳି କରାଯାଇଛି । ନୟାଗଡ଼ର ଏସଡିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ ଡିଏସପି(ହେଡକ୍ୱାର୍ଟର)କୁ ବଦଳି ହୋଇଛି । କେନ୍ଦ୍ରାପଡ଼ାର ଇନଚାର୍ଜ ଡିଏସପି ଶୁଭେନ୍ଦୁ କୁମାର ସିହ୍ନାଙ୍କୁ ନୟାଗଡ଼ ଏସଡିପିଓ ଭାବେ ବଦଳି ହୋଇଥିବାବେଳେ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଡିଏସପି ଉଦୟଭାନୁ ମିଶ୍ରଙ୍କ ବଦଳିକୁ ବାତିଲ କରାଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version