Latest

ଅମ୍ରିତଙ୍କ ଚିକିତ୍ସା ପାଇଁ ସହାୟତାରେ ହାତ ବଢ଼ାଇଲା ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):
ନୂଆ ଜୀବନ ପାଇବେ ଅମ୍ରିତ। ଅନ୍ଧାର ହଟିବ। ପୁଣି ତାଙ୍କ ଜୀବନ ଅଲୋକିତ ହେବ। କରୋନାରେ ଆକ୍ରାନ୍ତ ବ୍ରହ୍ମପୁରର ଅମ୍ରିତ ପ୍ରଧାନଙ୍କୁ ସହାୟତା ଦିଆଯାଇଛି । ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ଅମ୍ରିତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନାଙ୍କ ସହ ଏକ ଟିମ ଅମୃତଙ୍କ ଭାବିନୀପୁରରେ ଥିବା ତାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହାପରେ ଅମ୍ରିତଙ୍କ ବାପାଙ୍କୁ ୫୦ ହଜାର ଟଙ୍କା ସହାୟତା ଅର୍ଥ ପ୍ରଦାନ କରିଥିଲେ। ଏହାସହ ଭାବିନୀପୁର ଅଂଚଳର ବିଜେପି ନେତା ସୁଶୀଲ ସେନ ବେହେରା ମଧ୍ୟ ୩ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।
ଜିଲ୍ଲା ବିଜେପି ସହ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଅମ୍ରିତଙ୍କ ଚିକିତ୍ସା ଲାଗି ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଓଡ଼ିଶାବାସୀ ଅମୃତଙ୍କ ଚିକିତ୍ସା ଲାଗି ଆଗେଇ ଆସିବାକୁ ବିଜେପି ପକ୍ଷରୁ ନିବେଦନ କରାଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ଲାଗି ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବ୍ରହ୍ମପୁରର ଅମ୍ରିତ ପ୍ରଧାନ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ ହେବ।
କରୋନା ଯୋଗୁଁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ତା ସାଙ୍ଗକୁ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଅଛନ୍ତି ଅମ୍ରିତ । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଏଥିପାଇଁ ଗତ ୧୨ ତାରିଖରୁ ସେ ଭେଣ୍ଟିଲେଟରରେ ଅଛନ୍ତି । ସ୍ଥିତି ଜଟିଳ ହେବାରୁ ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ସୋସିଆଲ ମିଡିଆ ମାଧ୍ୟମରେ ଅମ୍ରିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯାଉଛି । ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କ ଚିକିତ୍ସା ପାଇଁ ମୁକ୍ତ ହସ୍ତରେ ଦାନ କରୁଛନ୍ତି । ତାଙ୍କର ଚିକିତ୍ସା ପାଇଁ କୋଟିଏରୁ ଅଧିକ ଟଙ୍କା ଦରକାର ।

Leave a Reply

Your email address will not be published. Required fields are marked *

Most Popular

Exit mobile version