ରାଜ୍ୟ

ଆଉ ଏକ ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ନୂଆ ଯୋଜନା ‘କାରିଗର ସହାୟତା ଯୋଜନା’ ଘୋଷଣା କରିଛନ୍ତି। କଳା ପ୍ରତି ସମର୍ପିତ ଥିବା କାରିଗରମାନଙ୍କ ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅନୁସାରେ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ବରିଷ୍ଠ କାରିଗରମାନଙ୍କୁ ମାସିକ ୮୦୦ଟଙ୍କା ଓ ୮୦ବର୍ଷରୁ ଊଦ୍ଧ୍ୱର୍ କାରିଗରଙ୍କୁ ମାସିକ ୧୦୦୦ଟଙ୍କା ସହାୟତା ମିଳିବ। ଏଥିପାଇଁ ସର୍ବନିମ୍ନ ୧୦ବର୍ଷ କାରିଗର ଭାବେ କାର୍ଯ୍ୟ କରିଥିବା ଦରକାର। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧୀନରେ ଏକ ଚୟନ କମିଟି ଗଠନ କରାଯାଇ ହିତାଧିକାରୀ ଚିହ୍ନଟ କରାଯିବ। ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟକ୍ରମର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version