Latest

ଆଜି କରୋନା ମହାମାରୀ ନେଲା ରାଜ୍ୟରୁ ୨୮ ଜୀବନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଆହୁରି ୨୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି।
୧୧ଟି ଜିଲ୍ଲାରୁ ଏହି ୨୮ ଜଣଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ମହିଳା। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ଜୀବନ ଯାଇଥିବା ବେଳେ ଅନୁଗୋଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା, ପୁରୀ ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଗଜପତି, ଗଞ୍ଜାମ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।
ଆଉ ୫ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୫କୁ ବୃଦ୍ଧି ପାଇଛି, ଯାହା ରାଜ୍ୟରେ ସର୍ବାଧିକ। ଅନୁଗୋଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭୨କୁ ବୃଦ୍ଧି ପାଇଥିବା ବେଳେ ଗଜପତିରେ ୪୭, ଗଞ୍ଜାମରେ ୨୭୩, କଳାହାଣ୍ଡିରେ ୮୬, କେନ୍ଦ୍ରାପଡ଼ାରେ ୩୮, ନବରଙ୍ଗପୁରରେ ୧୯, ନୂଆପଡ଼ାରେ ୫୨, ପୁରୀରେ ୧୫୧, ରାୟଗଡ଼ାରେ ୯୭ ଓ ସୁନ୍ଦରଗଡ଼ରେ ୨୪୨କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨,୮୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିର୍ଲ୍ଲାରୁ ସର୍ବାଧିକ ୧୯୦୯ ଜଣ ଅଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version