Latest

ଆଜି ପୁଣି ରାଜ୍ୟରେ କରୋନା ମହାମାରୀ ନେଲା ୨୨ ଜୀବନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଲକ୍‌ଡାଉନ୍‌, ଶଟଡାଉନ୍ ସତ୍ତ୍ୱେ ରାଜ୍ୟରେ ମହାମାରୀ ଦିନକୁ ଦିନ ନୂଆ ରେକର୍ଡ କରୁଛି। ଆଜି ରାଜ୍ୟରେ ସର୍ବାଧିକ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ସର୍ବାଧିକ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ଜିଲ୍ଲାରୁ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରେ ୩ ଜଣ ଆଖି ବୁଜିଛନ୍ତି। ଏହାବାଦ ପୁରୀ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହାରିଛନ୍ତି। ଏହାବାଦ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖା କରୋନା ପଜିଟିଭ ଆଖି ବୁଜିଛନ୍ତି। ଏଥିସହ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩ରେ ପହଞ୍ଚିଛି।

ଖୋର୍ଦ୍ଧାରେ ସମୁଦାୟ ମୃତକଙ୍କ ସଂଖ୍ୟା ୪୦୦ ଛୁଇଁଥିବା ବେଳେ ସୁନ୍ଦରଗଡ଼ରେ ୨୧୯ ଓ ଅନୁଗୁଳରେ ଏହି ସଂଖ୍ୟା ୫୬ରେ ପହଞ୍ଚିଛି।
ଏହାବାଦ ବଲାଙ୍ଗିରରେ ଏହି ସଂଖ୍ୟା ୫୫ ଛୁଇଁଥିବା ବେଳେ ବୌଦ୍ଧରେ ୨୦, କଟକରେ ୧୫୧, ଦେବଗଡ଼ରେ ୧୦, ଗଜପତିରେ ୩୯, ଗଞ୍ଜାମରେ ୨୬୭, କଳାହାଣ୍ଡିରେ ୬୪, କନ୍ଧମାଳରେ ୩୭, କେନ୍ଦ୍ରାପଡ଼ାରେ ୩୨, ରାୟଗଡ଼ାରେ ୮୦ରେ ପହଞ୍ଚିଛି ସମୁଦାୟ ମୃତକଙ୍କ ସଂଖ୍ୟା।

Leave a Reply

Your email address will not be published. Required fields are marked *

Most Popular

Exit mobile version