Latest

ଆଜି ୧୨ ଘଣ୍ଟିଆ ପଶ୍ଚମିବଙ୍ଗ ବନ୍ଦ

Posted on

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ କରାଯାଇଛି। ମମତାଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀ ନବାନ୍ନ ଘେରିଥିଲେ। ନବାନ୍ନ ଅଭିଯାନ ବେଳେ ପୋଲିସର ଆକ୍ସନକୁ ବିରୋଧ। ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବିଜେପିର ବନ୍ଦ ପାଳନ ହେବ। ବିଭିନ୍ନ ସ୍ଥାନରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ହିଂସାକାଣ୍ଡ ମଧ୍ୟ ଘଟୁଛି।ଭାଟପଡ଼ାରେ ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ଆକ୍ରମଣ ସହ ଗୁଳିମାଡ଼ କରିଥିବା ପ୍ରିୟାଙ୍ଗୁ ଅଭିଯୋଗ କରିଛନ୍ତି । ଗୁଳିମାଡ଼ରେ ଡ୍ରାଇଭର ସହ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version