Latest

ଆଫଗାନିସ୍ତାନରେ ପୋଲିଓ ଟୀକାକରଣ ଅଭିଯାନ ଉପରେ ଲାଗିଲା ପ୍ରତିବନ୍ଧକ

Posted on

ସାରା ବିଶ୍ୱରେ ପୋଲିଓ ଭୂତାଣୁ ବ୍ୟାପିଥିବା ୨ଟି ଦେଶ ହେଉଛନ୍ତି ଆଫଗାନିସ୍ତାନ ଓ ପାକିସ୍ତାନ। କିନ୍ତୁ ଆଫଗାନିସ୍ତାନରେ ପିଲାମାନଙ୍କୁ ଦିଆଯିବାକୁଥିବା ପୋଲିଓ ବିରୋଧୀ ଟିକା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ । ତାଲିବାନ ପକ୍ଷରୁ ପୋଲିଓ ଟିକାକରଣ ଅଭିଯାନକୁ ବାତିଲ କରାଯାଇଥିବା ଗତକାଲି ମିଳିତ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫଳରେ ଏହି ମାରାତ୍ମକ ରୋଗ ଅଧିକରୁ ଅଧିକ ବ୍ୟାପିବାର ଅନୁମାନ କରାଯାଉଛି ।ସୂଚନଯୋଗ୍ୟ; ମିଳିତ ଜାତିସଂଘ ପକ୍ଷରୁ ସେପ୍ଟେମ୍ବର ମାସର ମଧ୍ୟ ଭାଗରୁ ଆଫଗାନିସ୍ତାନରେ ପୋଲିଓ ବିରୋଧୀ ଟିକାକରଣ ଆରମ୍ଭ ହେବାର ରହିଥିଲା। କିନ୍ତୁ ହଠାତ୍‌ ତାଲିବାନ ଏହାକୁ ବନ୍ଦ କରି ଦେଇଛି।

ଏହି ଅଭିଯାନ ବନ୍ଦ କରିବାର କୌଣସି କାରଣ ଦର୍ଶାଯାଇ ନଥିବା ବେଳେ ତାଲିବାନ ନିୟନ୍ତ୍ରିତ ସରକାରରୁ କେହି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇନଥିବା ସୂଚନା ମିଳିଛି।ଅନ୍ୟପଟେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି, ଆଫଗାନିସ୍ତାନରେ ଘରକୁ ଘର ଯାଇ ଟିକା ଦେବା ପରିବର୍ତ୍ତେ ମସ୍‌ଜିଦଗୁଡ଼ିକରେ ଟିକାକରଣ କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version