Latest

ଆମେ ପରୀକ୍ଷା ପାଇଁ ପ୍ରସ୍ତୁତ: ସୁଶାନ୍ତ ସିଂ

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ଆଶଙ୍କା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମସ୍ତ ମନ୍ତ୍ରୀମାନଙ୍କୁ ଚିଠି ଲେଖି ସେମାନଙ୍କର ବିଭାଗୀୟ କାର‌୍ୟ୍ୟର ସମୀକ୍ଷା କରିବେ ବୋଲି କହିଛନ୍ତି। ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ରିପୋର୍ଟ ମାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି।

ସୁଶାନ୍ତ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ସବୁ ମନ୍ତ୍ରୀମାନଙ୍କର କାର‌୍ୟ୍ୟ ସମୀକ୍ଷା କରନ୍ତି। ୨୦୧୯ ନିର୍ବାଚନ ପରେ ସରକାରକୁ ୨ ବର୍ଷ ପୂରିବ। କିନ୍ତୁ ୯-୧୦ କରୋନାରେ ସବୁ କାମ ଠପ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ୨୦ ଓ ୨୧ ତାରିଖରେ ମୋ ବିଭାଗର ସମୀକ୍ଷା କରିବେ। ସମୀକ୍ଷା କଲା ପରେ ସାର୍ଟିଫିକେଟ୍ ମୁଖ୍ୟମନ୍ତ୍ରୀ ଦେବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version