Latest

ଆରମ୍ଭ ହେଲା ନୂଆ ବିଧାୟକ ମାନଙ୍କର ପ୍ରଶିକ୍ଷଣ ଶିବିର

Posted on

ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଆରମ୍ଭ ହେଲା ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଧାନସଭା ପରିସରରେ ଚାଲିବ ପ୍ରଶିକ୍ଷଣ ଶିବିର । ଆଜି ଆରମ୍ଭ ହୋଇଥିବା ଏହି ବିଧାୟକ ମାନଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ୧୭ତମ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସମେତ ବିଜେପି ବିଧାୟକମାନେ ଉପସ୍ଥିତ ଅଛନ୍ତି।

ଅନ୍ୟପଟେ ଏହି କାର୍ଯ୍ୟକ୍ରମ ଆରମ୍ଭରୁ ଦେଖା ଦେଇଛି ବିବାଦ। ପ୍ରଶିକ୍ଷଣ ଶିବିରକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦ୍‌ଘାଟନ କରିବା ପରମ୍ପରା ରହିଥିବାବେଳେ ଗୃହର ସଦସ୍ୟ ନଥିବା କେନ୍ଦ୍ରମନ୍ତ୍ରୀଙ୍କୁ ଶିବିର ଉଦ୍‌ଘାଟନ ପାଇଁ ଆମନ୍ତ୍ରଣ କରିବା ଗୃହ ପ୍ରତି ଅପମାନ ବୋଲି ବିଜେଡି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଆଜି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ବିରୋଧୀ ଦଳ ନେତା କିମ୍ବା ବିଜେଡିର କୌଣସି ବିଧାୟକ ଯୋଗଦେଇନାହାନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version