ରାଜନୀତି

ଆସନ୍ତା ମାସରେ ସବୁ ଜିଲ୍ଲାରେ ବିଜେଡିର ଜିଲ୍ଲାସ୍ତରୀୟ ଆଇନଜୀବୀ ସମ୍ମିଳନୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ମାସରେ ରାଜ୍ୟର ସବୁ ଜିଲ୍ଲାରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲାସ୍ତରୀୟ ଆଇନଜୀବୀ ସମ୍ମିଳନୀ କରାଯିବ। ଏଥିପାଇଁ ଆଜି ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଆଜ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲା ଆବାହକ ଏବଂ ଜୋନାଲ୍‍ କମିଟି ଆବାହକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଇନମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଆଇନଜୀବୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନେଇଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଏହା ମଧ୍ୟରେ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ବାର୍ଷିକ ୫ କୋଟି ଟଙ୍କା ପ୍ରଦାନ, ମଧୁବାବୁ ଆଇନ ସହାୟତା କେନ୍ଦ୍ରରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ କୋର୍ଟ ପ୍ରତିଷ୍ଠା କରାଯାଇଛି । ସମସ୍ତ ଜିଲ୍ଲାରୁ ଯୋଗ ଦେଇଥିବା ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରି ରାଜ୍ୟକୁ ପ୍ରଗତିପଥରେ ଆଗେଇ ନେଇଛନ୍ତି ସେଥିରେ ଆଇନଜୀବୀମାନେ ମଧ୍ୟ ଉପକୃତ ହୋଇଛନ୍ତି । ସେଥିପାଇଁ ଆଇନଜୀବୀମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଫେବୃଆରୀ ମାସରେ ସମସ୍ତ ଜିଲ୍ଲାରେ ଆଇନଜୀବୀମାନଙ୍କର ଜିଲ୍ଲା ସ୍ତରୀୟ ସମ୍ମିଳନୀ କରାଯିବାକୁ ବୈଠକରେ ସ୍ଥିର ହୋଇଛି ।
ଏହି ବୈଠକରେ ରାଜ୍ୟ ଆବାହକ ମିଲନ କାନୁନ୍‍ଗୋ, ଉପଦେଷ୍ଟା ଅସୀମ ଅମିତାଭ ଦାସ, ବାର୍‍ କାଉନ୍‍ସିଲ ସଭ୍ୟ ବିଷ୍ଣୁପ୍ରସାଦ ପାତ୍ର, ପବନ କୁମାର ଶର୍ମା, ରାଜ୍ୟ ସଂଯୋଜକ ଶୁଭ୍ରାଂଶୁ ମହାନ୍ତି, ମନୋଜ କୁମାର ବର୍ମା, ଜୋନାଲ୍‍ ଓ ଜିଲ୍ଲା ଆବାହକମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version