Latest

ଉତ୍ତରାଖଣ୍ଡରେ ଯାତ୍ରୀବାହୀ ବସ ଦୁର୍ଘଟଣା; ୨୨ ମୃତ

Posted on

ଉତ୍ତରାଖଣ୍ଡର ଆଲମୋରାରୁ ଏକ ବଡ଼ ବସ୍ ଦୁର୍ଘଟଣାର ସୂଚନା ମିଳିଛି। ଆଲମୋରାର ମାର୍ଚୁଲା ଠାରେ ବସଟି ଏକ ଖାଲ କୁ ଖସି ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବସରେ ପ୍ରାୟ ୪୦ଜଣ ଯାତ୍ରୀ ଥିଲେ। ବସ ଟି ନୈନିଡାଣ୍ଡାରୁ ରାମନଗର ଯାଉଥିଲା। ଏହି ଦୁର୍ଘଟଣାରେ ଅତି କମରେ ୨୨ଜଣଙ୍କର ମୃତ୍ୟୁ ଘଟିଛି, ଯଦିଓ ଆହତଙ୍କ ସଠିକ୍ ସଂଖ୍ୟା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତକ ଙ୍କ ମଧ୍ୟରେ ଶିଶୁ ଙ୍କ ସଂଖ୍ୟା ଅଧିକ ବୋଲି ଜଣା ପଡିଛି | ଉଦ୍ଧାର କାର୍ଯ୍ଯପାଇଁ ଜିଲ୍ଲା ପ୍ରଶାସନ SDRFଦଳ ଏବଂ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ପଠାଇଛି।

ଅନ୍ୟପଟେ ମୁଖ୍ଯମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଦୁର୍ଘଟଣା ପାଇଁ ଗଭୀର ଶୋକ ବ୍ଯକ୍ତ କରିଛନ୍ତି। ଜିଲ୍ଲା ପ୍ରଶାସନକୁ ରିଲିଫ ଓ ଉଦ୍ଧାର କାର୍ଯ୍ଯ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ଏସ୍. ଡି. ଆର୍. ଏଫ୍. ଟିମ୍ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ଯକେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ଯ କରୁଛନ୍ତି। ଆବଶ୍ଯକଣ ପଡ଼ିଲେ ଗୁରୁତର ଆହତ ଯାତ୍ରୀମାନଙ୍କୁ ବିମାନ ଯୋଗେ ସ୍ଥାନାନ୍ତର କରିବା ପାଇଁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version