ରାଜ୍ୟ

ଏପ୍ରିଲ ୧୧ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସହ ମତଦାନ ତାରିଖ ଘୋଷଣା ହୋଇଛି । ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ଦେଶର ମୋଟ ୫୪୫ଟି ସିଟ୍ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ କରାଯିବ ।
ତେବେ ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ଏପ୍ରିଲ ୧୧ରୁ ୨୯ତାରିଖ ମଧ୍ୟରେ ସମ୍ପାଦିତ ହେବ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ପାଇଁ ଏପ୍ରିଲ ୧୧ତାରିଖରେ, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ପାଇଁ ୧୮ତାରିଖ, ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ୪୨ଟି ବିଧାନସଭା ପାଇଁ ଏପ୍ରିଲ ୨୩ତାରିଖ ଓ ବାକି ୬ଟି ଲୋକସଭା ଆସନ ଓ ୪୨ଟି ବିଧାନସଭା ପାଇଁ ଭୋଟଗ୍ରହଣ ଏପ୍ରିଲ ୨୯ତାରିଖରେ ହେବ । ମେ’ ୨୩ ତାରିଖରେ ଭୋଟଗଣତି ହେବ ବୋଲି ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

କେଉଁ ଦିନ କେଉଁଠି(ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା) ଭୋଟଗ୍ରହଣ

ଏପ୍ରିଲ୍ ୧୧: କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ
ଏପ୍ରିଲ୍ ୧୮: ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା
ଏପ୍ରିଲ ୨୩: ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର
ଏପ୍ରିଲ ୨୯: ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର

Leave a Reply

Your email address will not be published. Required fields are marked *

Most Popular

Exit mobile version