ରାଜ୍ୟ

ଓଏଏସସ୍ତରରେ ଅଦଳବଦଳ

Posted on

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପୁରନ୍ଦର ଧରୁଆଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଥିଲେ । ସେହିପରି ବରିଷ୍ଠ ଓଏଏସ୍ ଶୈଳେନ୍ଦ୍ର କୁମାର ଦ୍ୱିବେଦୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ, ଜୟନ୍ତ ନାରାୟଣ ଷଡ଼ଙ୍ଗୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, କଲ୍ୟାଣ କୁମାର ରଥଙ୍କୁ ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ ତଥା ‘ଆହାର’ ମୁଖ୍ୟ ଭାବେ ବଦଳି କରାଯାଇଛି । ସେହିପରି ଶିବୋ ନାରାୟଣ ସାହୁଙ୍କୁ ବଦଳିକୁ ବାତିଲ୍ କରି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ବଦଳି ବାତିଲ କରି ତାଙ୍କୁ ପୂର୍ବଭଳି ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସ୍ର ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ସେହିପରି ବବିତା ମହାନ୍ତିଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ୱ ସଚିବ, ଦେବଦତ୍ତ ସୁରଞ୍ଜିତା ଜେନାଙ୍କୁ ପରିବହନ ବିଭାଗର ଯୁଗ୍ମ ସଚିବ, ସୁଚାରୁ କୁମାର ବଳଙ୍କୁ ଭଦ୍ରକ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ଚିତ୍ରସେନ୍ ରାଉତଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ କାର୍ଯ୍ୟ କରିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version