ରାଜ୍ୟ

ଓଡ଼ିଶାରେ ବ୍ଲାକ୍ ପାନ୍ଥର୍

Posted on

ସୁନ୍ଦରଗଡ଼ : ରାଜ୍ୟର ସୁନ୍ଦରଗଡ଼ ବନଖଣ୍ଡ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ବ୍ଲାକ୍ ପାନ୍ଥର୍ (କଳାବାଘ)ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଛି । ବାଘଟି ମାଆ ସହିତ ବୁଲୁଥିଲା। ହେମଗିରି ଓ ଗୋପାଳପୁର ରେଞ୍ଜ ଅଞ୍ଚଳରେ କଳା ବାଘକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ ବିଭାଗ ଏହାର ଝଲକ ପାଇନଥିଲା। ମାତ୍ର ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ ଏହି ବିରଳ ଜନ୍ତୁର ଫଟୋ କଏଦ୍ ହୋଇଛି।
ଚିଫ୍ ୱାଇଲ୍‌ଡ ଲାଇଫ୍ ୱାର୍ଡେନ ସନ୍ଦୀପ ତ୍ରିପାଠୀ କହିଛନ୍ତି, ରାଜ୍ୟର କୌଣସି ଜଙ୍ଗଲରେ ବ୍ଲାକ୍ ପାନ୍ଥର ଫଟୋ ଉତ୍ତୋଳନ ହେବା ପ୍ରଥମ ଘଟଣା । ୧୯୯୨ ମସିହାରେ ଓଡ଼ିଶାର ଶିମିଳିପାଳ ଓ ଫୁଲବାଣୀ ବନଖଣ୍ଡରେ କଳା କଲରାପତରିଆ ବାଘ ଦେଖା ଯାଉଥିଲେ। ମାତ୍ର ଏହାର କୌଣସି ଫଟୋଚିତ୍ର ନଥିଲା। ସେହିପରି କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୋଆ ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କଳା ବାଘଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା। ତେବେ କ୍ୟାମେରାରେ କଳାବାଘର ଫଟୋ ଉଠିବା କ୍ଷେତ୍ରରେ ଏହା ପ୍ରଥମ ଘଟଣା। ସେପଟେ ବାଘର ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଓ୍ୱାଇଲ୍ଡ ଲାଇଫ ସିସିଏଫ୍ ଏଚ.କେ. ବିଷ୍ଟ କହିଛନ୍ତି। ୨୦୧୬ ଗଣନା ଅନୁଯାୟୀ ଓଡ଼ିଶାରେ ୪୦ଟି ବାଘ ଅଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version