Latest

ଓଡ଼ିଶାର ୬ଟି ନୂତନ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

Posted on

ଓଡ଼ିଶାରେ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ର ଅର୍ଥନୈତିକ କମିଟି ବୈଠକରେ ଗତକାଲି ସମୁଦାୟ ୮ଟି ରେଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୮ଟି ନୂତନ ରେଳ ପ୍ରକଳ୍ପ ନିର୍ମାଣ ବାବଦରେ ସମୁଦାୟ ୨୪, ୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧୫ହଜାର ୪ କୋଟି ଟଙ୍କା ବ୍ୟୟରେ ୬ଟି ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଅନୁମୋଦିତ ରେଳପ୍ରକଳ୍ପ ମଧ୍ୟରେ ଉତ୍ତର ଓଡ଼ିଶର ୩ଟି ଏବଂ ଦକ୍ଷିଣ- ପଶ୍ଚିମ ଓଡ଼ିଶାର ୩ଟି ପ୍ରକଳ୍ପ ରହିଛି । ସମସ୍ତ ୬ଟି ପ୍ରକଳ୍ପ ରାଜ୍ୟର ଆକାଂକ୍ଷୀ ଜିଲ୍ଲା ତଥା ଆଦିବାସୀ ଅଧୁଷିତ ଅଞ୍ଚଳରେ ନିର୍ମାଣ କରାଯିବ । ଦକ୍ଷିଣ ଓଡ଼ିଶାରେ ଗୁଣୁପୁର-ଥେରୁବାଲି ୭୩ ଦଶମିକ ୬ କିଲୋମିଟର, ମାଲକାନଗିରି –ଭଦ୍ରାଚଳମ୍ – ପାଣ୍ଡୁରଙ୍ଗାପୁରମର ୧୭୩ ଦଶମିକ ୬ କିଲୋମିଟର, ଦକ୍ଷିଣପଶ୍ଚିମ ଓଡ଼ିଶାରେ ଜୁନାଗଡ-ନବରଙ୍ଗପୁରର ୧୧୬ ଦଶମିକ ୨ କିଲୋମିଟର ନୂତନ ରେଳପଥ ନିର୍ମାଣ ହେବ । ସେହିପରି ଉତ୍ତର ଓଡ଼ିଶାରେ ବାଦାମପାହାଡ଼ -କେନ୍ଦୁଝରଗଡର ୮୨ କିଲୋମିଟର, ଗୋରୁମହିଷାଣୀ – ବାଙ୍ଗିରିପୋଷି ୮୫ ଦଶମିକ ୬ କିଲୋମିଟର ଏବଂ ବୁଢ଼ାମରା-ଚାକୁଳିଆର ୬୦ କିଲୋମିଟର ନୂତନ ରେଳପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।

ଏହାକୁ ନେଇ ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହା ଆଦିବାସୀ ଓ ଆଂକାକ୍ଷୀ ଜିଲ୍ଲା ପାଇଁ ବିକାଶର ମାଧ୍ୟମ ପାଲଟିବ । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହ ଭିତିଭୂମିକୁ ସୁଦୃଢ କରିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version