Latest
ଓଡ଼ିଶା ସ୍ବାର୍ଥକୁ ନେଇ ସାଲିସ କରାଯିବନି: ପ୍ରସନ୍ନ ଆଚାର୍ଯ୍ୟ
ଆଜି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ବିଜେଡି ବିଧାୟକ ତଥା ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ବିଧାନସଭାରେ ଓଡ଼ିଶା ସ୍ବାର୍ଥକୁ ନେଇ ସାଲିସ କରାଯିବ ନାହିଁ । ଓଡ଼ିଶା ସ୍ବାର୍ଥ ବାଧାପ୍ରାପ୍ତ ହେଲେ ଆମେ ବିରୋଧ କରୁଥିଲୁ ଆଉ କରିବୁ ମଧ୍ୟ । ପୂର୍ବରୁ ଆମେ ଦିଲ୍ଲୀରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଆସୁଥିଲୁ । କିନ୍ତୁ ବିଧାନସଭାରେ ଓଡ଼ିଶା ସ଼୍ବାର୍ଥକୁ ନେଇ ସାଲିସ୍ କରାଯିବନି ଆଉ ନିଟ୍ ପରୀକ୍ଷା ଅବ୍ୟବସ୍ଥା ଏକ ଉଦ୍ବେଗଜନକ ପ୍ରସଙ୍ଗ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।