ରାଜ୍ୟ

ଓଡ଼ିଶାରେ ୬ଜଣିଆ ନିର୍ବାଚନ କମିଶନ ଟିମ୍

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ୬ଜଣିଆ ଟିମ୍ ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚଛନ୍ତି। ରାତି ପ୍ରାୟ ସାଢ଼େ ୯ଟାରେ ଜାତୀୟ ନିର୍ବାଚନ କମିଶନ ଅଶୋକ ଲାଭାସଙ୍କ ନେତୃତ୍ୱରେ ଉପନିର୍ବାଚନ କମିଶନର ଚନ୍ଦ୍ରଭୂଷଣ କୁମାର, ଡି.କେ. ଶର୍ମା( ଡିଜି, ବ୍ୟୟ), ଶ୍ରୀମତୀ ଶେଫାଳୀ ଶରନ(ଏଡିଜି,ପିଆଇବି),ନିଖିଳ କୁମାର(ନିର୍ଦ୍ଦେଶକ), ରାକେଶ କୁମାର(ସଚିବ) ଭୁବନେଶ୍ୱରରେ ପହଞ୍ôଚଛନ୍ତି । ଏହି ଟିମ୍ ୧୪ ଓ ୧୫ତାରିଖ ଦୁଇଦିନ ଧରି ଓଡ଼ିଶାରେ ରହିବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ ତାଙ୍କ ଟିମ୍ ସହ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସଙ୍ଗେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ଏହାପରେ ୧୫ତାରିଖରେ କମିଶନ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version